Latest Odisha News

BREAKING NEWS

ଦେବଝରଣ ୱାଟରଫଲରେ ବୁଡ଼ି ପ୍ରାଣ ହରାଇଲେ ୨ ଇଞ୍ଜିନିୟରିଂ ଛାତ୍ର

ଦେଓଗଡ଼: ପିକନିକ ସାଜିଲା କାଳ । ସମ୍ବଲପୁରଠାରୁ ୩୦ କିମି ଦୂରରେ ଅବସ୍ଥିତ ଦେବଝରଣ ୱାଟର ଫଲରେ ଗାଧାଉଥିବା ବେଳେ ୨ ଇଞ୍ଜିନିୟର ଛାତ୍ର ବୁଡି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଦ୍ୱୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ର ଛାତ୍ର ବୋଲି ଜଣାପଡିଛି ।

ମୃତ ଛାତ୍ର ଦ୍ୱୟ କମ୍ପ୍ୟୁଟର ସାଇନ୍ସ ବିଭାଗର୍ ତୃତୀୟ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ସେମାନଙ୍କ ନାମ ସୋମ୍ୟ ରଞ୍ଜନ ବେଉରିଆ ଓ ଅଭିଜିତ ସାମଲ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, କଲେଜରୁ ୪୦ ଜଣ ଛାତ୍ରଛାତ୍ରୀ ଦେବଝରଣକୁ ପିକନିକରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.