Latest Odisha News

ବାହାରକୁ ଦିଶୁଛି କଂଗ୍ରେସ ଭବନ କନ୍ଦଳ; ବାଉନ୍ସର ମୁତୟନକୁ ନାପସନ୍ଦ କଲେ ଦଳୀୟ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ଦଳରେ ଗୁଣ୍ଡାଙ୍କ ସ୍ଥାନ ନାହିଁ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ବାହାରେ ବାହୁବଳୀ ବାଉନ୍ସର ନିୟୋଜିତ ହେବାକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ ।

ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ବରିଷ୍ଠ ନେତା ଦିଗବିଜୟ ସିଂହ ଓ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିବା ଦଳୀୟ ନେତୃବର୍ଗଙ୍କ ସମେତ କଂଗ୍ରେସ ବିଧାୟକ ମାନଙ୍କୁ ଉଦବୋଧନ ଦେଉଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନକୁ ନେଇ ଚାଲିଥିଲା ତର୍ଜମା । ଅବଶ୍ୟ ୧୬.୧ ପ୍ରତିଶତ ଭୋଟ ହାର ହାସଲ କରିଥିଲା, ଯାହାକି ଦଳର ସର୍ବନିମ୍ନ ପ୍ରଦର୍ଶନ ।

ବାହାରକୁ ଯାହାବି କିଛି ଦିଶୁଥିଲେ ମଧ୍ୟ କଂଗ୍ରେସ ଭବନ ଭିତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇ ଉତ୍ତେଜନା ତୀବ୍ରତର ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ବରିଷ୍ଠ ନେତୃବୃନ୍ଦ କିଛି ବାହୁବଳୀ ବାଉନ୍ସରଙ୍କୁ କଂଗ୍ରେସ ଭବନ ପରିସର ମଧ୍ୟରେ ଏପରିକି ଠିକ୍ ବୈଠକ ବାହାରେ ନିୟୋଜିତ କରିଥିବାର ଦେଖାଯାଇଥିଲା । ବୈଠକରେ ଯଦି କୌଣସି ଅପ୍ରିତିକର ପରିସ୍ଥିତି ଉପୁଜେ କିମ୍ବା ହାତାହାତିକୁ କଥା ଯାଏ ତେବେ ଏହି ବାଉନ୍ସରମାନେ ହିଁ ନେତାମାନଙ୍କୁ ଜବତ କରିବାର କାର୍ଯ୍ୟକ୍ରମ ଥିଲା ।

ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଭବନ ପରିସରରେ କିମ୍ବା ମିଟିଂ ସ୍ଥାନରେ ଏହିପରି ବାହୁବଳୀ ବାଉନ୍ସରଙ୍କୁ ନିୟୋଜିତ କରାଯିବାର ନଥିଲା ।

“ଆମେ ଯଦି ଡାକିଦେବୁ ତ ବାଲିଅନ୍ତା, ବାଲିପାଟଣା, ଜଟଣୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରୁ ପ୍ରାୟ ୫୦୦୦ରୁ ଅଧିକ ସମର୍ଥକ କଂଗ୍ରେସ ଭବନକୁ ଚାଲିଆସିବେ । ତେଣୁ ବାଉନ୍ସରଙ୍କୁ ଏଠାକୁ ଡାକିବାର କୌଣସି ଯଥାର୍ଥତା ନାହିଁ,” ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ବିଧାୟକ ଶ୍ରୀ ରାଉତରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ୯୫ ପ୍ରତିଶତ ଦଳୀୟ କର୍ମୀ ନିରଞ୍ଜନଙ୍କ ପଛରେ ରହିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ହିଁ ତାଙ୍କୁ ବାଛିଛନ୍ତି, ତେଣୁ ଡରିବାର କୌଣସି କାରଣ ହିଁ ନାହିଁ ।

ଦଳର ଅସନ୍ତୁଷ୍ଠ ଗୋଷ୍ଠୀ ସଭାପତି ପରିବର୍ତ୍ତନ କରିବା ଲାଗି ଅନେକ ଦିନରୁ ଖୋଲାଖୋଲି ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଅସନ୍ତୁଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଗତ ନିର୍ବାଚନରେ ଦଳ ଶୋଚନୀୟ ଭାବେ ପରାସ୍ତ ହେବା ସହିତ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରିନାହିଁ ।

ଦଳୀୟ ସଭାପତିଙ୍କ ଏକଚାଟିଆ ଓ ମନୋମୁଖି ଆଚରଣ ଯୋଗୁଁ ଅନେକ ବରିଷ୍ଠ ନେତାଙ୍କ ସମେତ ବହୁତ କର୍ମୀ ଦଳ ଛାଡ଼ି ଚାଲିଯାଇଛନ୍ତି ବୋଲି ଅସନ୍ତୁଷ୍ଟ ଅଭିଯୋଗ କରିଛନ୍ତି ।

ସେହିପରି ଭାବେ ଏନଏସୟୁଆଇର ପୂର୍ବତନ ଆବାହକ ଇତିଶ ପ୍ରଧାନ ମଧ୍ୟ କିଛି ବରିଷ୍ଠ ନେତୃତ୍ୱଙ୍କ ବୈମାତୃକ ଭାବନାର ବିକ୍ଷୋଭ କରିବା ସହିତ ଧାରଣାରେ ବସି ରହିଥିଲେ ।

ଦଳ ବିରୋଧୀ କାର୍ଯ୍ୟ ତଥା ବିଶୃଙ୍ଖଳିତ ଆଚରଣ ଯୋଗୁଁ ଶ୍ରୀ ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ସେ ଧାରଣାରତ ଥିବା ସମୟରେ ସତ୍ୟ ପ୍ରକାଶ କରିଥିବା ଯୋଗୁଁ ତାଙ୍କୁ କିପରି ଏକ ଷଡ଼ଯନ୍ତ୍ର କରାଯାଇ ଦଳରୁ ନିଲମ୍ବନ କରାଯାଇଥିଲା କହିଥିଲେ ।

ଦଳର ସଭାପତିଙ୍କ ନାମ ନନେଇ ସେ ଅଭିଯୋଗ କରି କହିଥିଲେ ଯେ, ଓଡ଼ିଶା ଦାୟିତ୍ୱରେ ଥିବା ପ୍ରଭାରୀ ତଥା ଏଆଇସିସି ସୁପ୍ରିମୋଙ୍କୁ ଓଡ଼ିଶାରେ କଂଗ୍ରେସର ଅବନତି ତଥା ଏଥିଲାଗି ଦାୟୀ ଥିବା ସମସ୍ତ ବରିଷ୍ଠ ନେତୃବର୍ଗଙ୍କ ସମ୍ପର୍କରେ ଅବଗତ କରାଯିବ ।

Leave A Reply

Your email address will not be published.