Latest Odisha News

BREAKING NEWS

ବଜେଟ ୨୦୨୦: ଗ୍ରାମାଞ୍ଚଳ ଲାଗି ଏହି ବଡ ଘୋଷଣା କରିପାରନ୍ତି ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ସରକାର ଏଥର ବଜେଟରେ ଗ୍ରାମୀଣ କ୍ଷେତ୍ର ପାଇଁ ବହୁକିଛି ଯୋଜନା ଆଣୁଛନ୍ତି । ଏଥିରୁ ସବୁଠୁ ମହତ୍ୱପୂର୍ଣ୍ଣ ଯୋଜନା ହେଉଛି ଗ୍ରାମୀଣ କ୍ଷେତ୍ରରେ ୨୪ ଘଣ୍ଟା ବିଜୁଳୀ ଉପଲବ୍ଧ କରାଇବା ।

କେନ୍ଦ୍ରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଉଦୟ ଯୋଜନା ଘୋଷଣା କରିପାରନ୍ତି ।

ଏହି ଯୋଜନା ଅନ୍ତର୍ଗତରେ ଛୋଟ ବଡ଼ ଗାଁ ଓ ଛୋଟ ସହର ବିନା ବିଜୁଳୀ କାଟରେ ବିଜୁଳୀ ଉପଲବ୍ଧ କରିବା ।

ଗାଁ ଓ ଛୋଟ ସହରରେ ବିଜୁଳୀ କାଟ କାମ କରିବା ଲକ୍ଷ୍ୟ:

ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ କେନ୍ଦ୍ରୀୟ ବିଦ୍ୟୁତ ମନ୍ତ୍ରାଳୟ ବଜେଟ ରେ ନୂଆ ଉଦୟ ଯୋଜନା ଲାଗୁକରିବା କୁ ଅନୁରୋଧ କରିଥିଲେ।  କେନ୍ଦ୍ରସରକାର ଏହି ଯୋଜନା ଅନ୍ତର୍ଗତ ଛୋଟ ସହର ଓ ଗ୍ରାମୀଣ ଅଞ୍ଚଳରେ ୨୪ ଘଣ୍ଟା ବିଜୁଳି ପହଞ୍ଚାଇବାକୁ ବିଚାର କରୁଛନ୍ତି। ଅର୍ଥ ମନ୍ତ୍ରୀ ଏହି ଯୋଜନାକୁ ଆଗାମୀ ବଜେଟରେ ଏହି ଯୋଜନାକୁ ଲାଗୁ କରିବାକୁ ଓ ଅର୍ଥ ଆବଣ୍ଟିତ କରିବାର ଘୋଷଣା କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଏବେ ପର‌୍ୟ୍ୟନ୍ତ ବଡ଼ ମହାନଗର ରେ ୨୩-୨୪ ଘଣ୍ଟା ବିଜୁଳୀ ଉପଲବ୍ଧ ହେଉଛି। ହେଲେ ଛୋଟ ସହର ଓ ଗ୍ରାମୀଣ କ୍ଷେତ୍ରରେ ବିଜୁଳୀ ୪-୬ କଟା ହେଉଛି।

ବିଜୁଳୀ ଡିଷ୍ଟ୍ରିବୁସନ କମ୍ପାନୀଙ୍କ କ୍ଷତି କମ କରିବା ମଧ୍ୟ ଲକ୍ଷ୍ୟ:

ବିଶେଷଜ୍ଞ କହିବା ଅନୁସାରେ କେନ୍ଦ୍ର ସରକାର ବିଜୁଳୀ ଡିଷ୍ଟ୍ରିବୁସନ କମ୍ପାନୀଙ୍କ କ୍ଷତି କାମ କରିବା ଉପରେ କାମ କରୁଛନ୍ତି। ଏଥିରୁ ନୂଆ ଯୋଜନା କୁ ଲାଗୁହେବା ଦ୍ୱାରା ବିଜୁଳୀ କମ୍ପାନୀଙ୍କ କ୍ଷତି ୧୫ କମ ଆସିବାକୁ ସାହାଯ୍ୟ କରିବ। ଦେଶର ପ୍ରତି ବ୍ୟକ୍ତିର ବ୍ୟବହାର ବିଶ୍ଵର ଏକ ତୃତୀୟାଂଶ। ଭବିଷ୍ୟତ ରେ ଗ୍ରାମୀଣ ଇଲାକାରେ ବୈଦ୍ୟୁତିକ ସାମଗ୍ରୀ ବଢିବା କାରଣରୁ ବିଜୁଳୀ ଚାହିଦା ବଢିବାର ଅଶକରାଯାଉଛି।

ସୂଚନାଯୋଗ୍ୟ ଯେ ସରକାର ପୁରା ଭାରତକୁ ବିଦ୍ୟୁତକରଣ କରିବାର ନିଷ୍ପତ୍ତି ନେଇଛନ୍ତି। ଦେଶର ଶେଷ ଗାଁ ପର‌୍ୟ୍ୟନ୍ତ ବିଜୁଳୀ ପହଂଚିଛି। ହେଲେ ଦେଶର ବଡ଼ ସମସ୍ୟା ହେଉଛି ବିଜୁଳୀ କାଟ। କେନ୍ଦ୍ରସରକାର ଏହି ବିଜୁଳୀ କାଟ ସମସ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁଛନ୍ତି ଓ ଏ ଦିଗରେ ବିଚାର କରୁଛନ୍ତି । ଆଗାମୀ ବଜେଟରେ ସରକାର ଏହାକୁ ସାମିଲ କରିବାର ଆଶା କରାଯାଉଛି ।

Leave A Reply

Your email address will not be published.