Latest Odisha News

BREAKING NEWS

ୟୁପିଆଇରେ ‘ଗୁଗୁଲ ପେ’ର ଅଂଶଧନ କେତେ ରହିଛି, ଜାଣନ୍ତୁ

ନୂଆଦିଲ୍ଲୀ: ଫିନଟେକ ଫର୍ମ ରେଜରପେ ର ରିପୋର୍ଟ ‘ ଦ ଇରା ଅଫ ରାଇଜିଙ୍ଗ ଫିନଟେକ’ ଅନୁସାରେ ୨୦୧୯ ରେ ଡିଜିଟାଲ କାରବାର ରେ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଆପ୍ସ ରେ ଗୁଗୁଲ ପେ ର ଅଂଶ ୫୯ ପ୍ରତିଶତ, ଫୋନ ପେ ର ୨୬ ପ୍ରତିଶତ, ପେଟିଏମ୍ ର ୭ ପ୍ରତିଶତ ଓ ଭୀମ ର ୬ ପ୍ରତିଶତ ରହିଛି |

ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଦ୍ରୁତ ଗତିରେ ବଢୁଥିବା ଫିନଟେକ କାରବାର, ଡିଜିଟାଲ କାରବାର ରେ ୟୁପିଆଇ ପରି ବ୍ୟବହାର ର ଅସର ସମ୍ପର୍କରେ ଗଭୀର ଭାବେ ଅଧ୍ୟୟନ କରାଯାଇଥିଲା |

୨୦୧୮ ଗୁଗୁଲ ପେ ର ଅଂଶ ୪୮ ପ୍ରତିଶତ, ଭୀମ ର ଅଂଶ ୨୭ ପ୍ରତିଶତ ଥିଲା | ଏହା ବାଦ ଫୋନ ପେ ୧୫ ପ୍ରତିଶତ ପେଟିଏମ୍ ୪ ପ୍ରତିଶତ ଅଂଶ ଥିଲା |

ଏହାବ୍ୟତୀତ ୨୦୧୯ ରେ ଆମାଜନ ପେ ଗ୍ରାହକ ଙ୍କ ସବୁଠୁ ଅଧିକ ପ୍ରାଥମିକତା ଵାଲା ୱାଲେଟ ( ୩୬ ପ୍ରତିଶତ) , ଏହାପରେ ଓଲା ମନୀ (୧୭ ପ୍ରତିଶତ) ଅଛି |

୨୦୧୯ ରେ କାର୍ଡ ବ୍ୟବହାର ( ୩୩ ପ୍ରତିଶତ) ଓ ନେଟବ୍ୟାଙ୍କିଙ୍ଗ ( ୧୧ ପ୍ରତିଶତ) କମ ହୋଇଛି | ୨୦୧୮ ରେ ଏହି କ୍ରମଶଃ: ୫୬ ପ୍ରତିଶତ ଓ ୨୩ ପ୍ରତିଶତ ଥିଲା | ୟୁପିଆଇ ର ବ୍ୟବହାର ୨୦୧୮ ରେ ୧୭ ପ୍ରତିଶତ ରୁ ବଢିକରି ୨୦୧୯ ରେ ୩୮ ହୋଇଯାଇଛି |

ରେଜରପେର ପ୍ରତିଷ୍ଠାତା ଓ ସିଇଓ ହର୍ଷିଲ ମାଥୁର କହିଛନ୍ତି, “୨୦୧୮-୧୯ ରେ ଡିଜିଟାଲ ନେଣଦେଣ ୩୩୮ ପ୍ରତିଶତ ବଢିବା ଜୋରଦାର ହୋଇଛି | ଏହା ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ବଢିଛି” | ୟୁପିଆଇ ର ମହତ୍ତ୍ୱ ବଢିବା ପରେ ମଧ୍ୟ ଅନଲାଇନର ଦବଦବା ବଢିଛି |

Leave A Reply

Your email address will not be published.