Latest Odisha News

‘ଆମେ ସତେଜ ପନିପରିବା ଖାଇବାରେ ବିଶ୍ଵାସ ରଖୁ’…ବଜେଟ୍ ପରେ ଟମାଟୋ ମୂଲ୍ୟ ବୃଦ୍ଧିକୁ ନେଇ ଏପରି କହିଥିଲେ ସୁପରଷ୍ଟାର ସୁନୀଲ ଶେଟ୍ଟୀ

ନୂଆଦିଲ୍ଲୀ: ୧ ଫେବୃଆରୀ ଅର୍ଥାତ୍ ଆଜି | ଆଜି ସକାଳ ୧୧ଟାରେ ସଂସଦରେ ଚଳିତ ବର୍ଷର ଶେଷ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଉପରେ ପୁରା ଦେଶ ନଜର ରଖିଥିଲା । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଅଟା ମୂଲ୍ୟ ବୃଦ୍ଧି ପର୍ଯ୍ୟନ୍ତ ବିରୋଧୀ ମୁଦ୍ରାସ୍ଫୀତି ସମ୍ପର୍କରେ ଅନେକ ଥର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଗତବର୍ଷ ଟମାଟୋ ମୂଲ୍ୟ ବୃଦ୍ଧିକୁ ନେଇ ଅଭିନେତା ସୁନୀଲ ଶେଟ୍ଟୀଙ୍କ କଥା ହୁଏତ କିଛି କିଛି ଲୋକଙ୍କ ମନରେ ଆଜି ବି ଥିବ । ଆଉ ଆଜି ବଜେଟ୍ ଦିନରେ ସୁନିଲଙ୍କ ସେହି କଥା ମନେପଡିଯାଏ ତାଙ୍କ ସମସ୍ତ ପ୍ରଶଂସକଙ୍କୁ…

ବଲିଉଡର ଆନ୍ନା ଭାବରେ ପରିଚିତ ଅଭିନେତା ସୁନିଲ ଶେଟ୍ଟୀ ସୋସିଆଲ ମିଡିଆରେ ବହୁ ପରିମାଣରେ ସକ୍ରିୟ ଥାଆନ୍ତି । ୯୦ ଦଶକର ଏହି ତାରକା ତାଙ୍କର ଅନେକ ହିଟ୍ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ଗତବର୍ଷ ବଜେଟ୍ ପଟେ ଟମାଟୋର ମୂଲ୍ୟ ବୃଦ୍ଧିକୁ ନେଇ ସୁନୀଲ କହିଥିଲେ ଯେ କିପରି ଟମାଟୋର ମୂଲ୍ୟ ବୃଦ୍ଧିକାରଣରୁ ରୋଷେଇ ଘରର ଅବସ୍ଥା ବିଗିଡିଯାଇଥିଲା । ସାଧାରଣତଃ ଆମେ ମାନେ ଭାବିଥାଉ ଯେ, ତାରକା ମାନେ ଇଣ୍ଡଷ୍ଟ୍ରୀରୁ ଏତେ ପରିମାଣର ଟଙ୍କା ରୋଜଗାର କରୁଛନ୍ତି ତ ତାଙ୍କର ମୁଲ୍ୟ ବୃଦ୍ଧି କାରଣରୁ କୌଣସି ଅସୁବିଧା ହେଉନଥିବ । କିନ୍ତୁ ଏପରି ହୋଇନଥାଏ । ମୁଦ୍ରାସ୍ଫୀତି ଜଣେ ସାଧାରଣ ବ୍ୟକ୍ତିଙ୍କ ଉପରେ ଯେତେ ପ୍ରଭାବ ପକାଇଥାଏ ହୁଏତ ତା’ଠୁ କମ୍ କିନ୍ତୁ ସେଲିବ୍ରିଟି ମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ବାସ୍ତବରେ ସୁନୀଲ ଶେଟ୍ଟୀ ଅନେକ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି | ଏହା ସହିତ ସୁନୀଲ ତାଙ୍କ ଫାର୍ମ ହାଉସରେ ଫଳ ଏବଂ ପନିପରିବା ଚାଷ ମଧ୍ୟ କରନ୍ତି । ଏଭଳି ପରିସ୍ଥିତିରେ ମଧ୍ୟ ଟମାଟୋର ମୂଲ୍ୟ ବୃଦ୍ଧି ତାଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା । ସେତେବଳେ ସେ କହିଥିଲେ ଯେ, ଆମେ ସବୁବେଳେ ତାଜା ଉ ସତେଜ ଫଳ ଓ ପନିପରିବା ଖାଇଥାଉ । କିନ୍ତୁ ବର୍ତ୍ତମାନ ଟମାଟୋ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଯାହାର ପ୍ରଭାବ ଆମ ରୋଷେଇ ଘରେ ମଧ୍ୟ ପଡିଛି । ଆିକାଲି ମୁଁ ଟମାଟୋ କମ୍ ଖାଉଛି । ଲୋକେ ଭାବୁଥିବେ ଯେହେତୁ ମୁଁ ଜଣେ ସୁପରଷ୍ଟାର ତ ମୋତେ ଏସବୁ ଏତେ ପରିମାଣର ପ୍ରଭାବିତ କରିପାରିବ ନାହିଁ । କିନ୍ତୁ ବାସ୍ତବରେ ତାହା ନୁହେଁ । ଏଥିପାଇଁ ମୁଁ ମଧ୍ୟ ପ୍ରଭାବିତ ହେଉଛି ।

ସୁନୀଲ ସେଟ୍ଟୀ ଆପ୍ ମାଧ୍ୟମରେ ଫଳ ଓ ପନିପରିବା କିଣିବା କଥା ନେଇ କହିଥିଲେ ଯେ, ମୁଁ ସବୁବେଳେ ଆପ୍ ରେ ଏସବୁ ଅର୍ଡର କରିଥାଏ । ଏଥିପାଇଁ ନୁହେଁ ଯେ ଏହା ଶସ୍ତାରେ ମିଳେ ବରଂ ଏଥିପାଇଁ କି ସେମାନେ ସତେଜ ଏବଂ ତାଜା ଜିନିଷ ବିକ୍ରି କରିଥାଆନ୍ତି । ମୁଁ ଏକ ରେଷ୍ଟୁରାଣ୍ଟ ମାଲିକ । ମୁଁ ମଧ୍ୟ ଏସବୁ କିଣିବା ବେଳେ ମୁଲଚାଲ କରିଥାଏ । କିନ୍ତୁ ଏତେ ପରିମାଣରେ ଟମାଟୋର ମୂଲ୍ୟ ବୃଦ୍ଧି ହେତୁ ଅନ୍ୟ ସମସ୍ତଙ୍କ ପରି ମୋତେ ମଧ୍ୟ ସ୍ୱାଦ ଏବଂ ଗୁଣରେ ବୁଝାମଣା କରିବାକୁ ପଡୁଛି ।

 

Comments are closed.