Latest Odisha News

BREAKING NEWS

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଚଢ଼ାଉ ବେଳେ ଭଡ଼ା ଘରୁ ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ମଧ୍ୟ ଜବତ ହୋଇଥିଲା । ମାଲକାନଗିରି, ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସମେତ ୭ଟି ସ୍ଥାନରେ ଏକ ସଙ୍ଗେ ଏହି ଚଢାଉ ହୋଇଥିଲା ।

ଚଢାଉ ବେଳେ କନିଷ୍ଠ ଯନ୍ତ୍ରୀ ଙ୍କର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ଓ ଏହା ଆଖପାଖ ଅଞ୍ଚଳରେ ୧୧ଟି ପ୍ଲଟ୍, ଜଳେଶ୍ୱରର ଦେଉଳିପଞ୍ଚୁଘାଣ୍ଟରେ ତାଙ୍କର ଗୋଟିଏ ୩ ମହଲା କୋଠା, ଭୁବନେଶ୍ୱରର ରଘୁନାଥପୁରରେ ଥିବା ଗ୍ରୀନ୍ ହୋମ୍‌ସ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୁଇ ବିଏଚ୍‌କେ ଫ୍ଲାଟ ଥିବା ଠାବ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.