Latest Odisha News

BREAKING NEWS

ବଜେଟରେ ଭିତ୍ତିଭୂମି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଫୋକସରୁ ଲାଭ ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିତ୍ତିଭୂମି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଫୋକସରୁ ଲାଭ ମିଳିବ ବୋଲି ସେ କହିଛନ୍ତି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ରରେ ଟେକ୍ନୋଲୋଜି ପ୍ରୟୋଗକୁ ଏବଂ ଜଳଜୀବନ ମିଶନକୁ ସେ ସ୍ୱାଗତ କରିଛନ୍ତି ।

ବଜେଟରେ କୃଷି, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ କମ ବରାଦ ଯୋଗୁ ବିକାଶରେ ବାଧା ସୃ୍ଷ୍ଟି ହେବ। ସେହିପରି ନରେଗାରେ କମ ଅର୍ଥ ବରାଦ ଗରିବ ଲୋକଙ୍କୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଖାଦ୍ୟ ସବସିଡ ହ୍ରାସ କରିବାର ପୁନଃବିଚାର ଆବଶ୍ୟକ ରହିଛି। ଦରବୃଦ୍ଧି ରୋକିବାରେ ବଜେଟରେ ବ୍ୟବସ୍ଥା ନାହିଁ । ଏହା ଦ୍ବାରା ମଧ୍ୟବିତ୍ତ ଓ ଗରିବ ଲୋକ ବେଶୀ ପ୍ରଭାବିତ ହେବେ। ଦରବୃଦ୍ଧି ଓ ମୁଦ୍ରାସ୍ଫିତୀ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି।୨୦ ପ୍ରତିଶତ କେନ୍ଦ୍ରୀୟ କର ଆଦାୟ ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର ଦାବିକୁ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାର ଓଡ଼ିଶାର ଗରିବ ଏବଂ ଆଦିବାସୀ ଜନସାଧାରଣଙ୍କ ସହ ହେଉଥିବ ଅନ୍ୟାୟ ପ୍ରତି ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.