Latest Odisha News

BREAKING NEWS

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ । ନିରଞ୍ଜନ ସେଠୀ, ରଞ୍ଜନ ନାୟକ,ଝୁନା ଭୋଇ, ସମେତ ୮ ଜଣ ଅଭିଯୁକ୍ତ ଆଜି ହାଜର ହୋଇଥିଲେ । ପୋଲିସ କୋର୍ଟରେ କାଗଜପତ୍ର କାମ ସବୁ ସାରିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

କଡା ସୁରକ୍ଷା ବଳୟ ଭିତରେ ଭଦ୍ରକ ଜେଲରୁ ଜେଏମଏଫସି କୋର୍ଟରେ ପହଁଞ୍ଚିଥିଲେ ଶିର୍ମିଷ୍ଠା ରାଉତ । ପୁଣି ମେ ମାସ ୨ ତାରିଖରେ ଅଭିଯୁକ୍ତ ମାନେ ଜେଏମଏଫସି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ ପୂର୍ବରୁ ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ କରାଯାଇଥିଲା । ଚାନ୍ଦବାଲି ଜେଏମଏଫସି କୋର୍ଟରେ ସିଆରପିସି ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ପୂର୍ବରୁ ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି । ଏହା ସହ ଡିଲିଟେଡ ଫାଇଲ ରିକଭରି ପାଇଁ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.