Latest Odisha News

BREAKING NEWS

‘ବୁଲି ବାଇ’ ଆପ୍‌ ମାମଲାର କ୍ରିଏଟର୍‌ ଗିରଫ

ନୂଆଦିଲ୍ଲୀ: ବୁଲି ବାଇ ଆପ୍ ର କ୍ରିଏଟର୍‌ ତଥା ୨୧ ବର୍ଷୀୟ ନୀରଜ ବିଷ୍ଣୋଇ ଆସାମରୁ ଦିଲ୍ଲୀ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଆପ୍‌ରେ ମୁସ୍‌ଲିମ୍‌ ମହିଳାଙ୍କ ଫଟୋକୁ ଅପବ୍ୟବହାର କରି ସେମାନଙ୍କ ସମ୍ମତି ବିନା ଫଟୋ ଅପଲୋଡ୍ କରାଯାଇଥିଲା। ଏହି ମାମଲା ସାମ୍‌ନାକୁ ଆସିବା ପରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଏହି ମାମଲାରେ ମୁମ୍ବାଇ ପୋଲିସ ଦ୍ୱାରା ତିନି ଜଣଙ୍କୁ ଗିରଫ କରାଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ୧୮ ବର୍ଷ ବୟସ୍କା ଶ୍ୱେତା ସିଂ ରହିଥିବା ଜଣାପଡ଼ିଛି।

Comments are closed.