Latest Odisha News

BREAKING NEWS

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ୨୦୨୨ମସିହା ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ତାଲିକା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟର ତାଲିକାରେ ୯ ଲକ୍ଷ ୫୦ହଜାର ୭୮୯ ନୂଆ ଭୋଟର ସାମିଲ ହେଲେ । ନୂଆ ତାଲିକାରୁ ୩ଲକ୍ଷ ୪୪ହଜାର ୯୪୪ଜଣଙ୍କୁ ବାଦ୍ ଦିଆଯାଇଛି ।

ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୭ଲକ୍ଷ ୯୬ହଜାର ୬୦୩ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ । ଚୂଡ଼ାନ୍ତ ତାଲିକାରେ ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟଙ୍କ ସଂଖ୍ୟା ୩ହଜାର ୨୫ । ୧୮-୧୯ବର୍ଷ ବୟସ ବର୍ଗର ତାଲିକା ୫ଲକ୍ଷ ୨୩ହଜାର ୭୪୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.