Latest Odisha News

BREAKING NEWS

ଚଳିତ ବର୍ଷ ପାଳିତ ହେବନି ଭୁବନ ବଳଦ ଯାତ୍ରା

ଢେଙ୍କାନାଳ: ଚଳିତ ବର୍ଷ ହେବନି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । କୋଭିଡ଼ କଟକଣା ସାଙ୍ଗକୁ ଏହି ଯାତ୍ରା ଉପରେ ଲାଗିଛି ରୋକ୍ । ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଉ ଯାତ୍ରା ହେଲେ ପୁଣି ଭିଡ଼ ଲାଗିବାର ଆଶଙ୍କା ରହିଛି । ଏନେଇ ବଳଦ ଯାତ୍ରା ଉପରେ ଲାଗିଛି ରୋକ୍ ।

ଢେଙ୍କାନାଳ ଜିଲ୍ଲାର ଭୁବନରେ ପାଳିତ ହୋଇ ଆସୁଥିବା ପାରମ୍ପରିକ ଐତିହାସିକ ବଳଦ ଯାତ୍ରା ଚଳିତ ବର୍ଷ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ଟି ବଳଦକୁ କଟକଣା ସହିତ ବଦଳ ଯାତ୍ରାକୁ ଶାନ୍ତିକମିଟିର ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ କରିଛି ।

ଭୁବନର ବଡ ପର୍ବ ଦଶହରା ବଳଦ ଯାତ୍ରା । ପ୍ରତ୍ୟେକ ବର୍ଷ ୨ ମାସ ପୂର୍ବରୁ ସମସ୍ତ ପ୍ରକାର ନିତି ନିୟମ ସହିତ ଶୁଭ ଖୁଣ୍ଟି ସ୍ଥାପନା କରାଯାଇ ସେହି ଦିନଠାରୁ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ କରାଯାଇଥାଏ । କିନ୍ତୁ ଦୁଇ ବର୍ଷ ହେବ କରୋନା ପାଇଁ ସେ ସବୁ ଆଉ ଦେଖିବାକୁ ମିଳୁନାହିଁ । ସାହି ସାହିରେ ଆଉ ଦେଖିବାକୁ ମିଳୁନାହିଁ ଶୁଭଖୁଣ୍ଟି । ପାଖାପାଖି ୩୦ ଗୋଟି ବଳଦ ଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ଟି ବଳଦକୁ କଟକଣା ସହିତ ବଦଳଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ଏବଂ ଏକାଦଶୀରେ ଭୁବନରେ ୨ ଦିନ ଧରି ବଳଦ ଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ କେବଳ ବିଜୟା ଦଶମୀ ଦିନ କରୋନା କଟକଣାର ସମସ୍ତ ନିୟମ ପାଳନ କରିବା ସହିତ ପରମ୍ପରାକୁ ରକ୍ଷା କରି ନିଡାମ୍ବରରେ ବଳଦକୁ ବନ୍ଦାପନା ହେବ । ପ୍ରଥମେ ମଦନମୋହନ ପରେ ଜଗନ୍ନାଥ ମନ୍ଦିରକୁ ଯାଇ ସେଠାରେ ପୂଜା କରିବା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇ ବଡହାଟ ଯାତ୍ରା ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.