ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଯଶପ୍ରୀତ ବୁମରାହ ଓହରିଯିବା ଭାରତକୁ ଶକ୍ତା ଧକ୍କା ଲାଗିଛି । ଏବେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ବୁମରାହ ଓହରିବା ପରେ ଗୁରୁବାର ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଥମ ପୋଷ୍ଟ କରିଛନ୍ତିି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଥିବା ଏକ ସେଲଫୀ ଶେୟାର କରିଛନ୍ତି । ସେ ପରୋକ୍ଷରେ ଫିଟ ଥିବା ଓ ଖୁବ ଶୀଘ୍ର ପଡିଆକୁ ଫେରିବେ ବୋଲି ସୂଚନା ଦେଇଛନ୍ତି । ବୁମରାହ ଏବଂ ଯଶସ୍ୱୀ ଜୈସୱାଲଙ୍କୁ ଶେଷ ମୂହର୍ତରେ ଭାରତୀୟ ଦଳରୁ ବାଦ ଦିଆ ଯାଇଥିଲା । ହର୍ଷିତ ଏବଂ ବରୁଣ ଚକ୍ରବର୍ତିଙ୍କୁ ଦଳରେ ସାମିଲ କରାଯାଇଛି ।
ଇଂଲଣ୍ଡ ବିପକ୍ଷ ସିରିଜରେ କ୍ଲିନ ସୁଇପ କରିବା ଯୋଗୁ ଭାରତୀୟ ଖେଳାଳିଙ୍କ ମନୋଳବ ଉଚ୍ଚରେ ରହିଛି । ଦଳ ଏଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଟିମ ଇଣ୍ଡିଆ ଏଥର ଚୂଡାନ୍ତ ଦଳରେ ୫ଜଣ ସ୍ପିନରଙ୍କୁ ସ୍ଥାନ ଦେଇଛି । ଟିମ ଇଣ୍ଡିଆ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୨୩ରେ ପାକିସ୍ତାନକୁ, ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ ।
Comments are closed.