Latest Odisha News

BREAKING NEWS

ଏଡିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ଏତିକି ସମ୍ପତ୍ତି

କୋରାପୁଟ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ୭ଟି ଠିକଣାରେ ଜୟପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଅପରାହ୍‌ଣ ସୁଦ୍ଧା ଏକ ତିନି ମହଲା କୋଠା, ୧୫ଟି ପ୍ଲଟ୍‌, ୮୫୦୦ ବର୍ଗଫୁଟର  ଏକ କାଜୁ ପ୍ରଶସ୍ତୀକରଣ କାରଖାନା,  ୨୮୫ଗ୍ରାମ୍‌ ସୁନା, ନଗଦ ୨ଲକ୍ଷ ୪୫ ହଜାର, ୨ଟି କଂକ୍ରିଟ୍‌ ମିକ୍ସଚର ମେସିନ୍‌, ୨ଟି ଧାନକଟା ମେସିନ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଠାବ ହୋଇଛି। ତେବେ  ଶ୍ରୀ ବିଶୋୟୀଙ୍କର ଆହୁରି ସ୍ଥାବର-ଅସ୍ଥାବର ସଂପତ୍ତି ଥିବା ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।

Comments are closed.