Latest Odisha News

ସଫଳ ହେଲା ବୁମରାହଙ୍କ ପିଠି ସର୍ଜରୀ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପିଠିର ସର୍ଜରୀ ସଫଳ ହୋଇଛି । ନ୍ୟୁଜିଲାଣ୍ଡରେ ଏହି ଷ୍ଟାର କ୍ରିକେଟରଙ୍କ ଅପରେଶନ କରାଯାଇଥିଲା । ସେ ଏବେ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ । ୬ ମାସ ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିବା ବିଶ୍ୱକପ ଖେଳିବା ଆଶା ଉଜ୍ଜୀବୀତ ହୋଇଛି । ଅଗଷ୍ଟରେ ଏନସିଏରେ ସେ ଧିରେ ଧିରେ ଅଭ୍ୟାସ ଆରମ୍ଭ କରିବେ । ଆଘାତ ସମସ୍ୟା ଯୋଗୁ ବୁମରାହ ବାରମ୍ବାର ଦଳରୁ ଓହରିବାକୁ ବାଧ୍ୟ ହେଉଛନ୍ତି । ଏସିଆ କପ ଓ ଟି୨୦ ବିଶ୍ୱକପରେ ସେ ଏଥିଯୋଗୁ ଖେଳିପାରି ନ ଥିଲେ ।

ଗତ ବର୍ଷ ନଭେମ୍ବରରେ ସେ ଏନସିଏ ତତ୍ୱାବଧାନରେ ଅଭ୍ୟାସ କରିବା ପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳରେ ସାମିଲ କରାଯାଇଥିଲା । ମାତ୍ର ପରେ ସେ ଏଥିରୁ ଓହରି ଯାଇଥିଲେ । ଚଳିତ ଭାରତ-ଅଷ୍ଟ୍ରେଲିଆ ସିରିଜରୁ ମଧ୍ୟ ଆଘାତ ସମସ୍ୟା ଯୋଗୁ ଖେଳି ପାରି ନାହାନ୍ତି । ବୁମରାହଙ୍କ ବୋଲି ବିଶ୍ୱକପରେ ଭାରତୀୟ ଟିମ ପାଇଁ ଜରୁରୀ ଥିବାରୁ ବିସିସିଆଇ ଆବଶ୍ୟପ ପଦକ୍ଷେପ ଗ୍ରହଣ କରୁଛି ।

Leave A Reply

Your email address will not be published.