Latest Odisha News

ICC Rankings: ୬ ପଏଣ୍ଟ ହରାଇଲେ ଅଶ୍ୱିନୀ, ଶ୍ରେଷ୍ଟ ବୋଲର ତାଲିକାରେ ଏବେ କିଏ ?

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ବୋଲର ରାଙ୍କିଂରେ ୬ ପଏଣ୍ଟ ହରାଇଲେ ଭାରତୀୟ ସ୍ପିନର ଆର୍‌ ଅଶ୍ୱିନୀ। ଶ୍ରେଷ୍ଠ ବୋଲର ତାଲିକାରେ ବର୍ତ୍ତମାନ ସେ ଶୀର୍ଷରେ ଥିଲେ ବି ତାଙ୍କ ସହ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶୀର୍ଷରେ ରହିଛନ୍ତି।

BjdElectrycity

ଗତ ସପ୍ତାହରେ ଅଶ୍ଵିନ ଆଇସିସି ଟେଷ୍ଟ ବୋଲର ରାଙ୍କିଂରେ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ମଧ୍ୟମ ଧରଣର ପ୍ରଦର୍ଶନ ଯୋଗୁ ସଦ୍ୟତମ ଆଇସିସି ଟେଷ୍ଟ ବୋଲର ତାଲିକାରେ ଅଶ୍ୱିନୀଙ୍କ ପଏଣ୍ଟରେ ହ୍ରାସ ପାଇଛି। ତୃତୀୟ ଟେଷ୍ଟର ଉଭୟ ଇନିଂସରେ ଅଶ୍ୱିନୀ କେବଳ ଚାରୋଟି ଓ୍ଵିକେଟ୍ ନେଇଥିବା ବେଳେ ଦଳ ଏଥିରେ ପରାସ୍ତ ବି ହୋଇଥିଲା। ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ୍‌କୁ ୯ ଓ୍ଵିକେଟ୍‌ରେ ଜିତି ନେଇଥିଲା।

ଆଇସିସି ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଷ୍ଟ ବୋଲିଂ ରାଙ୍କିରେ ଅଶ୍ଵିନୀ ଏବଂ ଆଣ୍ଡରସନଙ୍କର ସମାନ ୮୫୯ ପଏଣ୍ଟ ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ(୮୪୯ ପଏଣ୍ଟ),ସ୍ପିନର ନାଥନ ଲିୟନ ଓ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା(୮୦୭ ପଏଣ୍ଟ) ମଧ୍ୟ ତାଲିକାରେ ଅଶ୍ୱିନୀ ଓ ଆଣ୍ଡର୍ସନଙ୍କ ଠାରୁ ବିଶେଷ ପଛରେ ନାହାନ୍ତି। ଯଦି ଆଗାମୀ ଟେଷ୍ଟରେ ଲିୟନ(୭୬୯) ଭଲ ପ୍ରଦର୍ଶନ କରିବେ ତେବେ ତାଲିକାରେ ଶ୍ରେଷ୍ଠ ବୋଲର ନାଁ ବଦଳିଯାଇପାରେ।

ଟେଷ୍ଟ ବୋଲିଂ ରାଙ୍କିଂ ପାଟ କମିନ୍ସଙ୍କ ୮୪୯ ପଏଣ୍ଟ ରହିଛି ତୃତୀୟ ସ୍ଥାନରେ ରହିଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ୮ ଓ୍ଵିକେଟ୍ ନେଇଥିବା କାଗିସୋ ରାବଡା ୮୦୭ ପଏଣ୍ଟ ସହ ଚତୁର୍ଥ ଓ ୭୮୭ ପଏଣ୍ଟକ ସହ ପାକିସ୍ତାନର ଶାହୀନ ଆଫ୍ରିଦ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନ ଇନ୍ଦୋର ଟେଷ୍ଟରେ ୧୧ ଓ୍ଵିକେଟ୍ ନେବାରୁ ପାଞ୍ଚଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି।

 

Leave A Reply

Your email address will not be published.