Latest Odisha News

BREAKING NEWS

ଲର୍ଡସ ଟେଷ୍ଟରେ ବୁମରାହ-ଆର୍ଚ୍ଚରଙ୍କ ମଧ୍ୟରେ କାହା ପଲା ରହିବ ଭାରୀ

ଲର୍ଡସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ତୃତୀୟ ମୁକାବିଲା ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଏଥର ଉଭୟ ଟିମ ଏକ ଶକ୍ତିଶାଳୀ ବୋଲିଂ ଲାଇନ ଅପ ନେଇ ପଡିଆକୁ ଓହ୍ଲାଇବେ । ତୃତୀୟ ମୁକାବିଲା ଯିଏ ଜିତିବ ଆଗକୁ ସିରିଜ ଜିତିବା ପାଇଁ ମନୋବଳ ବଢ଼ିବ । ଭାରତର ଯଶପ୍ରୀତ ବୁମରାହ ଓ ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚରଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ । ଉଭୟ ଅଭିଜ୍ଞ ବୋଲର ହୋଇଥିବାରୁ ମ୍ୟାଚରେ କାହା ପଲା ଭାରି ରହିବ ସେଥିପ୍ରତି ସମସ୍ତଙ୍କ ନଜର ରହି । ଆର୍ଚ୍ଚର ଭାରତ ବିପକ୍ଷରେ ୨ଟି ଟେଷ୍ଟ ଖେଳିଛନ୍ତି । ୩ଟି ଇନିଂସରେ ସେ ୪ଟି ୱିକେଟ ନେଇଛନ୍ତି । ଭାରତ ମାଟିରେ ସେ ଏହି ମ୍ୟାଚ ଖେଳିଥିଲେ ।

ତେବେ ଘରୋଇ ପରିବେଶରେ ଆର୍ଚ୍ଚରଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । ସେ ୧୩ ଟେଷ୍ଟରେ ୪୨ ୱିକେଟ ନେଇଥିବା ବେଳେ ଘରୋଇ ପରିବେଶରେ ୮ ମ୍ୟାଚରୁ ୩୦ ୱିକେଟ ହାତେଇଛନ୍ତି । ଲର୍ଡସରେ ସେ ଗୋଟିଏ ମ୍ୟାଚ ଖେଳି ୫ ୱିକେଟ ନେଇଛନ୍ତି । ୪ ବର୍ଷ ପରେ ଏହି ଅଭିଜ୍ଞ ବୋଲର ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ପ୍ରଦର୍ଶନ କିପରି ରହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ । ଅପରପକ୍ଷରେ ଇଂଲଣ୍ଡ ବିପକ୍ଷରେ ବୁମରାହଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୨୦୧୮ ପରଠାରୁ ୧୪ ଟେଷ୍ଟରେ ୬୦ ୱିକେଟ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ ୯ ଟେଷ୍ଟରୁ ୩୭ ୱିକେଟ ନେଇଛନ୍ତି । ବୁମରାହ ଓ ଆର୍ଚ୍ଚରଙ୍କ ମୁକାବିଲା ନିଶ୍ଚିତ ଭାବେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡ ବିନ୍ଧାର କାରଣ ହେବ ବୋଲି ଆଶା ।

Comments are closed.