ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ପେସ ବୋଲର ସଞ୍ଜନା ଗଣେଷନ ନାମକ ଜଣେ ମଡେଲ ଏବଂ ସ୍ପୋର୍ଟ୍ସ ଆଙ୍କରଙ୍କୁ ସେ ବିବାହ କରିବାକୁ ଯାଉଥିବାରୁ ଏ ନେଇ ସମସ୍ତ ଅପଡେଟ ଖବର ଜାଣିବାକୁ ପ୍ରଶଂସକମାନେ ଆଗ୍ରହୀ ହୋଇ ପଡିଛନ୍ତି । ଆସନ୍ତୁ ଜାଣିବା ବୁମରାହଙ୍କ ବିବାହର ସବିଶେଷ ତଥ୍ୟ ସମ୍ପର୍କରେ-
ଗୋଆରେ ବିବାହ କରିବେ: ସମସ୍ତ ତଥ୍ୟ ସତ୍ୟ ପ୍ରମାଣିତ ହେବାକୁ ଯାଉଛି ବୁମରାହ ଗୋଆରେ ବିବାହ କରିବେ ।
ସଞ୍ଜନା ଛୁଟି ନେଇ ସାରିଛନ୍ତି: ରିପୋର୍ଟ ମୁତାବକ ଏକ ସ୍ପୋର୍ଟ୍ସ ଚ୍ୟାନେଲରେ କାମ କରୁଥିବା ସଞ୍ଜନା ଛୁଟି ନେଇ ସାରିଛନ୍ତି ।
ଟିମ୍ ଇଣ୍ଡିଆ ଯୋଗ ଦେଇପାରିବ ନାହିଁ: ଭାରତ-ଇଂଲଣ୍ଡ ସିରିଜ ଚାଲୁଥିବାରୁ ଏବଂ ବାଓ ବବଲ ପ୍ରୋଟୋକଲ ଯୋଗୁ ଭାରତୀୟ କ୍ରିକେଟ ଦଳର ଅଧିକାଂଶ ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ।
ବିବାହରେ ମାତ୍ର ୪୦ ଅତିଥି: ଏହି ବିବାହ ଉତ୍ସବରେ ଦୁଇ ପରିବାରର ମାତ୍ର ୪୦ଜଣ ଅତିଥି ଯୋଗ ଦେବେ । ମୋବାଇଲ ବି କେହି ଆଣିପାରିବେ ନାହିଁ ।
ଗୋଆର ୨ଟି ଭେନ୍ୟୁ ଚୂଡାନ୍ତ ହୋଇଛି: ଗୋଆରେ ଏହି ବିବାହ ଉତ୍ସବ ପାଇଁ ୨ଟି ଭେନ୍ୟୁ ଚୂଡାନ୍ତ କରାଯାଇଛି । ଶେଷ ମୂହର୍ତରେ ଏ ନେଇ ନିଷ୍ପତି ନିଆଯିବ ।
ଭୋଜି ପରେ ହେବ: ବିବାହର କିଛି ଦିନ ପରେ ଭଲ ଭାବେ ଭୋଜି ଦିଆଯିବ । ତେବେ ଏ ନେଇ ଘୋଷଣା କରାଯାଇ ନାହିଁ ।
ବୁମରାହ-ସଞ୍ଜନା ଏ ପର୍ଯ୍ୟନ୍ତ ନିଆ ଆଡୁ କିଛି କହି ନାହାନ୍ତି: ବିବାହ ନେଇ ସବୁଠାରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଯଶପ୍ରୀତ ବୁମରାହ ଓ ସଞ୍ଜନା ନିଜ ଆଡୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।
ଇଂଲଣ୍ଡ ସିରିଜ ଅଧାରୁ ବୁମରାହ ଓହରିଲେ: ବୁମରାହ ହଠାତ୍ ଚଳିତ ଇଂଲଣ୍ଡ ସିରିଜରୁ ଓହରିଯିବା ଏବଂ ଛୁଟି ମାଗିବା ପରେ ବିବାହ ଚର୍ଚ୍ଚା ଜୋର ଧରିଥିଲା ।
BREAKING NEWS
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
Comments are closed.