ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ପେସ ବୋଲର ସଞ୍ଜନା ଗଣେଷନ ନାମକ ଜଣେ ମଡେଲ ଏବଂ ସ୍ପୋର୍ଟ୍ସ ଆଙ୍କରଙ୍କୁ ସେ ବିବାହ କରିବାକୁ ଯାଉଥିବାରୁ ଏ ନେଇ ସମସ୍ତ ଅପଡେଟ ଖବର ଜାଣିବାକୁ ପ୍ରଶଂସକମାନେ ଆଗ୍ରହୀ ହୋଇ ପଡିଛନ୍ତି । ଆସନ୍ତୁ ଜାଣିବା ବୁମରାହଙ୍କ ବିବାହର ସବିଶେଷ ତଥ୍ୟ ସମ୍ପର୍କରେ-
ଗୋଆରେ ବିବାହ କରିବେ: ସମସ୍ତ ତଥ୍ୟ ସତ୍ୟ ପ୍ରମାଣିତ ହେବାକୁ ଯାଉଛି ବୁମରାହ ଗୋଆରେ ବିବାହ କରିବେ ।
ସଞ୍ଜନା ଛୁଟି ନେଇ ସାରିଛନ୍ତି: ରିପୋର୍ଟ ମୁତାବକ ଏକ ସ୍ପୋର୍ଟ୍ସ ଚ୍ୟାନେଲରେ କାମ କରୁଥିବା ସଞ୍ଜନା ଛୁଟି ନେଇ ସାରିଛନ୍ତି ।
ଟିମ୍ ଇଣ୍ଡିଆ ଯୋଗ ଦେଇପାରିବ ନାହିଁ: ଭାରତ-ଇଂଲଣ୍ଡ ସିରିଜ ଚାଲୁଥିବାରୁ ଏବଂ ବାଓ ବବଲ ପ୍ରୋଟୋକଲ ଯୋଗୁ ଭାରତୀୟ କ୍ରିକେଟ ଦଳର ଅଧିକାଂଶ ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ।
ବିବାହରେ ମାତ୍ର ୪୦ ଅତିଥି: ଏହି ବିବାହ ଉତ୍ସବରେ ଦୁଇ ପରିବାରର ମାତ୍ର ୪୦ଜଣ ଅତିଥି ଯୋଗ ଦେବେ । ମୋବାଇଲ ବି କେହି ଆଣିପାରିବେ ନାହିଁ ।
ଗୋଆର ୨ଟି ଭେନ୍ୟୁ ଚୂଡାନ୍ତ ହୋଇଛି: ଗୋଆରେ ଏହି ବିବାହ ଉତ୍ସବ ପାଇଁ ୨ଟି ଭେନ୍ୟୁ ଚୂଡାନ୍ତ କରାଯାଇଛି । ଶେଷ ମୂହର୍ତରେ ଏ ନେଇ ନିଷ୍ପତି ନିଆଯିବ ।
ଭୋଜି ପରେ ହେବ: ବିବାହର କିଛି ଦିନ ପରେ ଭଲ ଭାବେ ଭୋଜି ଦିଆଯିବ । ତେବେ ଏ ନେଇ ଘୋଷଣା କରାଯାଇ ନାହିଁ ।
ବୁମରାହ-ସଞ୍ଜନା ଏ ପର୍ଯ୍ୟନ୍ତ ନିଆ ଆଡୁ କିଛି କହି ନାହାନ୍ତି: ବିବାହ ନେଇ ସବୁଠାରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଯଶପ୍ରୀତ ବୁମରାହ ଓ ସଞ୍ଜନା ନିଜ ଆଡୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।
ଇଂଲଣ୍ଡ ସିରିଜ ଅଧାରୁ ବୁମରାହ ଓହରିଲେ: ବୁମରାହ ହଠାତ୍ ଚଳିତ ଇଂଲଣ୍ଡ ସିରିଜରୁ ଓହରିଯିବା ଏବଂ ଛୁଟି ମାଗିବା ପରେ ବିବାହ ଚର୍ଚ୍ଚା ଜୋର ଧରିଥିଲା ।
BREAKING NEWS
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
- Israel’s parliament in Indian tricolour: ପହଞ୍ଚିନାହାନ୍ତି ମୋଦୀ, ଇସ୍ରାଏଲ ସଂସଦରେ ଝଲସିଲା ତ୍ରିରଙ୍ଗା
- India Abstains From UNGA Draft: ରୁଷ ଏବଂ ୟୁକ୍ରେନ ମଧ୍ୟରେ ନିଃସର୍ତ୍ତ ଯୁଦ୍ଧବିରତି ଡ୍ରାଫ୍ଟ ପ୍ରସ୍ତାବ, ବିରତ ରହିଲା ଭାରତ
- Priyanka Gandhi Demands To PM Modi: ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଲେ…
- କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ
- ଇସ୍ରାଏଲ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଖଣି ଅଧିକାରୀଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ
- ଲରେନ୍ସ ବିଷ୍ଣୋଇଙ୍କ ଓକିଲଙ୍କ ଉପରେ ଗୁଳିମାଡ଼, ପୋଲିସର ତଦନ୍ତ ଜାରି
- ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି
- Weather Update: ଅଦିନିଆ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Comments are closed.