Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ କରିବ ‘ବଣ୍ଟି ଔର୍‌ ବବ୍‌ଲି ୨’, ‘ପୃଥୀରାଜ’

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀଙ୍କ ଅଭିନୀତ ‘ବଣ୍ଟି ଔର୍‌ ବବଲି ୨’, ଅକ୍ଷୟ କୁମାରଙ୍କ ପୃଥୀରାଜ, ରଣବୀର ସିଂଙ୍କ ଜୟଶଭାଇ ଏବଂ ରଣବୀର କପୁରଙ୍କ ଶମ୍‌ଶେର ନିର୍ଦ୍ଧାରିତ ରିଲିଜ ତାରିଖରେ ପ୍ରେକ୍ଷାଳୟକୁ ଆସିବା ପରେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବେ।

BjdElectrycity

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଗୁଡ଼ିକ ହେଉଛି ୟଶ ରାଜ ଫିଲ୍ମ ପ୍ରଡକ୍ସନ୍ସର। ୟଶ ରାଜ ଫିଲ୍ମ ଏବଂ ଆମାଜନ ପ୍ରାଇମ ଭିଡିଓ ମଧ୍ୟରେ ହୋଇଥିବା ନୂତନ ଚୁକ୍ତି ଅନୁଯାୟୀ, ଏହି ଚଳଚ୍ଚିତ୍ରଗୁଡିକ ପ୍ରେକ୍ଷାଳୟରେ ରିଲିଜ୍ ହେବାର ଚାରି ସପ୍ତାହ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବ।

‘ବଣ୍ଟି ଔର୍‌ ବବଲି ୨’ ନଭେମ୍ବର ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ମୁଖ୍ୟ ଭୂମିକାରେ ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶର୍ଭରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବରୁଣ ଶର୍ମା। ଏହା ୨୦୦୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବଣ୍ଟି ଔର୍‌ ବବଲିର ସିକ୍ୱେଲ। ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ରାନୀ ମୁଖାର୍ଜୀ ଅଭିନୟ କରିଥିଲେ।

Leave A Reply

Your email address will not be published.