Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ମୁଖରେ ୧୩ଦଫା ଦାବି ରଖିବେ ଭଦ୍ରକ ଡ୍ରାଇଭର ମହାସଂଘ

ଭଦ୍ରକ: ୧୩ଦଫା ଦାବି ନେଇ ଆଜି ଭଦ୍ରକ ଡ୍ରାଇଭର ମହାସଂଘର ପଦଯାତ୍ରା। ଏହି ଦାବି ଉପସ୍ଥାପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ଡ୍ରାଇଭରମାନେ ପଦଯାତ୍ରା କରୁଛନ୍ତି । ଆଜି ଭଦ୍ରକରୁ ୫ହଜାର ଜଣ ଡ୍ରାଇଭର ବାହାରି ଏହି ପଦଯାତ୍ରାରେ ସାମିଲ ହେବେ।

ଓଡ଼ିଶା ଡ୍ରାଇଭର ମହାସଂଘର ଭଦ୍ରକ ଜିଲ୍ଲା ଶାଖା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୧୩ଦଫା ଦାବି ନେଇ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଆସୁଥିବା ଡ୍ରାଇଭରଙ୍କ ପଦଯାତ୍ରାରେ ଭଦ୍ରକ ଜିଲ୍ଲାର ଡ୍ରାଇଭରମାନେ ପଦଯାତ୍ରା କରି ମଙ୍ଗୁଳିଠାରେ ଯୋଗଦେବେ। ୧୩ଦଫା ଦାବି ନେଇ ନବୀନ ନିବାସ ଯିବେ ଡ୍ରାଇଭରମାନେ।

ଯଦି ଦାବି ପୂରଣ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହାସହ ନିର୍ବାଚନରେ ସହଯୋଗ କରିବେ ନାହିଁ କହିଛନ୍ତି।

Leave A Reply

Your email address will not be published.