Latest Odisha News

BREAKING NEWS

ସଚିବ ସ୍ତରରେ ଅଦଳବଦଳ; ନିକୁଞ୍ଜ ଧଳ ହେଲେ ନୂଆ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଆଇଏଏସ୍ କ୍ୟାଡର ସ୍ତରରେ ଗୁରୁବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି।

କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ମହାପାତ୍ରଙ୍କୁ ରାଜସ୍ୱ ଓ ଦୁର୍ବିପାକ ପ୍ରବନ୍ଧନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି ।

୧୯୯୭ ବ୍ୟାଚର ଅଧିକାରୀ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ସଚିବ ସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଅପରପକ୍ଷରେ ଦିବ୍ୟଜ୍ୟୋତି ପରିଡା(୨୦୧୬ ବ୍ୟାଚ)ଙ୍କୁ ୟେଦ୍ଦୁଲା ବିଜୟ (୨୦୧୪ ବ୍ୟାଚ୍)ଙ୍କ ସ୍ଥାନରେ ରାଉରକେଲା ମହାନଗର ନିଗମ କମିଶନର ସହ ରାଉରକେଲା ସ୍ମାର୍ଟସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

ଶ୍ରୀ ପରିଡା ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏଥିସହିତ ବିଜୟଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପ-ସଚିବ ଭାବେ ନିଯୁକ୍ତ କରାଯାଇଛି।

ଆହୁରି ମଧ୍ୟ ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ପୂର୍ବ ଦାୟିତ୍ୱ ସହ ସିଏମଡି, ଓଏସଆରଟିସିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.