Latest Odisha News

ଓଡ଼ିଶାକୁ ପୁଣି ଥରେ ମିଳିଲା ଜାତୀୟ ‘କୃଷି କର୍ମଣ ପୁରସ୍କାର’

ଭୁବନେଶ୍ୱର/ବେଙ୍ଗାଲୁରୁ: ଓଡ଼ିଶା ପୁନର୍ବାର ହାସଲ କରିପାରିଛି ଜାତୀୟ ‘କୃଷି କର୍ମଣ ପୁରସ୍କାର’ ।

ଓଡ଼ିଶାର କୃଷି ତଥା କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ୨୦୧୬-୧୭ ମସିହା ଲାଗି ସମୁଦାୟ ଖାଦ୍ୟ ଶଷ୍ୟ ଉତ୍ପାଦନ ଭିତ୍ତିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟ କୃଷିମନ୍ତ୍ରୀ ଡଃ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ବେଙ୍ଗାଲୁରର ଟୁମକୁରଠାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.