ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରବିବାର ଦିନ ଭାରତର ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଭାରତରେ ବ୍ୟାପକ ମାତ୍ରାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଛି। ଦୁବାଇର ବୁର୍ଜ ଖଲିଫା ଏବଂ ଆବୁଧାବିରେ ଥିବା ଆଡନୋକ ମୁଖ୍ୟାଳୟକୁ ଭାରତର ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ କରାଯାଇଥିଲା। ଏଭଳି କରି କରୋନା କାଳରେ ଭାରତ ପ୍ରତି ସମର୍ଥନ ଜତେଇଛି ୟୁଏଇ।
ଅଟ୍ଟାଳିକାରେ ପ୍ରଦର୍ଶିତ ତ୍ରିରଙ୍ଗା ଦ୍ବାରା ୟୁଏଇ ଭାରତକୁ ଦୃଢ ରହିବା ପାଇଁ ଆହ୍ବାନ ହେଇଛି। ଇଣ୍ଡିଆ ଇନ୍ ୟୁଏଇ ଟ୍ୱିଟରରେ ଏହି ଭିଡିଓ ସେୟାର୍ କରିଛି। ଏହାସହିତ ଏଥିରେ ଭାରତ ପ୍ରତି ସମର୍ଥନକୁ ଦର୍ଶାଇଛି।
ଏହି ଭିଡିଓକୁ ୮୫,୦୦୦ ରୁ ଅଧିକ ଭ୍ୟୁ ଏବଂ ଅନେକ ଲାଇକ୍ ଏବଂ ରିଟ୍ୱିଟ ସହିତ ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
⭐️As #India battles the gruesome war against #COVID19 , its friend #UAE sends its best wishes
? @BurjKhalifa in #Dubai lits up in ?? to showcase its support#IndiaUAEDosti @MEAIndia @cgidubai @AmbKapoor @MoFAICUAE @IndianDiplomacy @DrSJaishankar @narendramodi pic.twitter.com/9OFERnLDL4
— India in UAE (@IndembAbuDhabi) April 25, 2021
Comments are closed.