ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍ ଥିବା ଏହି ଜାହାଜରେ ୬୯୮୮ ଯାତ୍ରୀ ଯାଇପାରିବେ । ଯାତ୍ରା କରିବା ପାଇଁ ଜଣେ ଯାତ୍ରୀଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ । ସେହିପରି ଫ୍ୟାମିଲି ସୁଟ ପାଇଁ ୨୭.୫ ଲକ୍ଷ ଟଙ୍କା ଦେବାକୁ ପଡିବ ।
୯ ରାତି ଓ ୮ ଦିନର ଏହି ଯାତ୍ରାରେ ଟୋକିଓ, ମାଉଂଟ ଫୁଜି, କୁମାମୋଟୋ, କାଗିଶିମା, ଇଶିଗାକି ବନ୍ଦର ଦେଇ ଏହି ମେଗା ଶିପ୍ ଯାତ୍ରା କରିବ । ୧୦ ମହଲା ବିଶିଷ୍ଟ ଏହି ଜାହାଜରେ ୧୮ ଡେକ୍, ୨୮୬୭ ଷ୍ଟେଟରୁମସ ରହିଛି । ଏହାର ଲମ୍ବ ୧୧୮୮ ଫୁଟ, ଚଉଡା ୨୧୦ ଫୁଟ ଓ ଓଜନ ୨.୩୭ ଲକ୍ଷ ଟନ । ୱଣ୍ଡର ଅଫ ଦି ଶିପରେ ପୁଲ, ସ୍ପୋର୍ଟ୍ସ ଜୋନ, ଜିମ୍, ବାସ୍କେଟବଲ, ମିନି ଗଲ୍ଫ କୋର୍ସ ଓ ଭଲିବଲ କୋର୍ଟ ରହିଛି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.