Latest Odisha News

BREAKING NEWS

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବୁର୍ଲା ଅଗ୍ନିଶମ କେନ୍ଦ୍ର ସିଲ୍

ସମ୍ୱଲପୁର: କରୋନା ଯୋଦ୍ଧାଙ୍କୁ କରୋନା । ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ । ଏହାପରେ ଆଜିଠୁ ସାତ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଅଗ୍ନିଶମ କେନ୍ଦ୍ର । ସଂକ୍ରମଣ ବଢ଼ିବା ଆଶଙ୍କାରେ ଓ ଅଗ୍ନିଶମ କେନ୍ଦ୍ରକୁ ସାନିଜାଇଜ୍ କରିବା ପାଇଁ ବନ୍ଦ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୭ ଦିନ ପାଇଁ ବନ୍ଦ ରହିବ ବୁର୍ଲା ଅଗ୍ନିଶମ ବିଭାଗ ।

ଗତକାଲି ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ବୁର୍ଲା ଦମକଳ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ୧୫ କର୍ମଚାରୀ କ୍ୱାରେଣ୍ଟାଇନରେ ଯାଇଛନ୍ତି । ସମସ୍ତ କର୍ମଚାରୀ ସରକାରୀ ବାସଭବନ ଛାଡି଼ ପାରିବେ ନାହିଁ । ବୁର୍ଲା ସହରରେ ପ୍ରଥମ ଥର ଜଣେ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.