Latest Odisha News

BREAKING NEWS

ପ୍ରତ୍ୟେକ ବ୍ୟକ୍ତି ଜାଣି ରଖିବା ଦରକାର ଏହିସବୁ ନିୟମ…

ଭୁବନେଶ୍ବର: ଜନସାଧାରଣଙ୍କ ପାଇଁ ସରକାର ଅନେକ ନିୟମ ଲାଗୁ କରାଇଛନ୍ତି । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଜାଣି ରଖିବା ଦରକାର ।

ଆସନ୍ତୁ ଜାଣିବା ଏହି ଜରୁରୀ ନିୟମ ସମ୍ପର୍କରେ:

ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର ବେଳେ ଦୁର୍ଭାଗ୍ୟ ବସତଃ କୌଣସି ଦୁର୍ଘଟଣା ଘଟି କାହାର ମୃତ୍ୟୁ ଘଟେ କିମ୍ବା ଧନଜୀବନ ହାନୀ ଘଟିଲେ ହିତାଧିକାରୀ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପାଇବାକୁ ହକଦାର ଅଟେ ।

ସରକାରୀ କର୍ମଚାରୀ ମାନେ କୌଣସି ଉପହାର ଗ୍ରହଣ କରିବା ଦଣ୍ଡନୀୟ । କୌଣସି ସରକାରୀ ଅଧିକାରୀ ନିର୍ଦ୍ଧିଷ୍ଟ ବ୍ୟକ୍ତି, ଘରୋଇ ସଂସ୍ଥା କିମ୍ବା ବିଦେଶୀ ସଂସ୍ଥା ଠାରୁ ଉପହାର ଗ୍ରହଣ କରିଲେ ଏହାକୁ ଲାଂଚ ଭାବରେ ଧରାଯାଏ ।

ସଂଧ୍ୟା ଛଅଟାରୁ ଦିବା ଛଅଟା ମଧ୍ୟରେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିହେବ ନାହିଁ । ଯଦି କୌଣସି ଗୁରୁତର ଅପରାଧ ହୋଇଥାଏ ତାହାଲେ କେବଳ ମହିଳା ପୋଲିସ ଅଧିକାରୀ ହିଁ ମାଜିଷ୍ଟ୍ରେଟଙ୍କ ଠାରୁ ଲିଖିତ ଅନୁମତି ଆଣି ଅଭିଯୁକ୍ତଙ୍କୁ ଗିରଫ କରିପାରିବେ ।

ମୋଟର ବିହୀନ ଯାନ କୌଣସି ଟ୍ରାଫିକ ନିୟମ ଉଲଂଘନ କରିଲେ ଏହା ଦଣ୍ଡନୀୟ ନୁହେଁ । ସାଇକେଲ କିମ୍ବା ହାତଟଣା ରିକ୍ସା ମୋଟର ଜାନ ଅଧିନିୟମ ଅଧିନରେ ଆସନ୍ତି ନାହିଁ ।

ଜଣେ ଗ୍ରାହକ ମୁଲଚାଲ କରି ଲିଖିତ ମୂଲ୍ୟଠାରୁ କମ ମୂଲ୍ୟରେ ସାମଗ୍ରି କିିଣିପାରେ । ମାତ୍ର ଏହାଠାରୁ ଅଧିକ ଦାମ ଦେଇ କିଣିବା ବେଆଇନ ।

କୌଣସି ବ୍ୟକ୍ତି ନିୟମ ବିଷୟରେ ଅବଗତ ନଥିବା କାରଣ ଦେଖାଇ ଦଣ୍ଡ ପାଇବାରୁ ବଞ୍ଚିତ ହୋଇ ପାରିବେ ନାହିଁ ।

ହିନ୍ଦୁ ପୋଷ୍ୟତା ଗ୍ରହଣ ଓ ପାଳନ ଅଧିନିୟମ ଅନୁଯାୟୀ ଯଦି ଆପଣଙ୍କର ଗୋଟେ ପୁତ୍ର କିମ୍ବା କନ୍ୟା ସନ୍ତାନ ଅଛି ତେବେ ଆପଣ ସମାନ ଲିଙ୍ଗର ଅନ୍ୟ ଏକ ସନ୍ତାନ ପୋଷ୍ୟଭାବେ ଗ୍ରହଣ କରିପାରିବେ ନାହିଁ ।

ଯେକୌଣସି ବ୍ୟକ୍ତି ବିନା ଆପତିରେ କୌଣସି ହୋଟେଲର ସୌଚାଳୟ ବ୍ୟବହାର କରିପାରିବ ।

ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ କୌଣସି ଦମ୍ପତି ବିବାହର ୧ ବର୍ଷ ମଧ୍ୟରେ ଛାଡପତ୍ର ପାଇଁ ଆବେଦନ କରିପାରିବେ ନାହିଁ ।
ଭାରତୀୟ ଦଣ୍ଡ ସଂହିତାର ଧାରା ୩୯(କ) ଅନୁଯାୟୀ ମହିଳା ଏବଂ ପୁରୁଷଙ୍କୁ ସମାନ କାମ ପାଇଁ ସମାନ ପାଉଣା ଦିଆଯିବ ।

ଜଣେ ପୋଲିସ ଅଧିକାରୀ ଆପଣଙ୍କ ଅଭିଯୋଗ ଗ୍ରହଣ କରିବାକୁ ନା କହିପାରିବେ ନାହିଁ । ଏଭଳି କରିଲେ ଉକ୍ତ ପୋଲିସଙ୍କୁ ୬ ମାସରୁ ୨ ବର୍ଷର ଜେଲ ଦଣ୍ଡ ମିଳିପାରେ ।

Leave A Reply

Your email address will not be published.