Latest Odisha News

BREAKING NEWS

୧୯ ତାରିଖ ଯାଏ ବନ୍ଦ ରହିବ ବୁର୍ଲା ଭୀମସାର ଓପିଡି

ସମ୍ବଲପୁର: ଆସନ୍ତାକାଲିଠୁ ବନ୍ଦ ରହିବ ବୁର୍ଲା ଭୀମସାର ଓପିଡି । ଆସନ୍ତା ୧୯ ତାରିଖ ଯାଏ ପାଞ୍ଚ ଦିନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ଏହି ସମୟରେ କେବଳ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ଅନୁମତି ମିଳିବ । କାଜୁଆଲିଟି ଓ ଏମର୍ଜେନ୍ସୀ ସର୍ଜରୀ କରାଯିବ । ରୋଗୀଙ୍କ ସହ ଆସିବେ ଜଣେ ଆଟେଣ୍ଡାଣ୍ଟ । ସେହିପରି ହସ୍ପିଟାଲ ପରିସରରେ କର୍ମଚାରୀ, ରୋଗୀ ଓ ଆଟେଣ୍ଟାଣ୍ଟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଏହି ପାଞ୍ଚ ଦିନରେ ହସ୍ପିଟାଲ ପରିସରକୁ ବିଶୋଧନୀକରଣ କରାଯିବ । ଜରୁରୀ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ନଥିଲେ ହସ୍ପିଟାଲ ନ ଆସିବା ପାଇଁ ଅପିଲ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.