Latest Odisha News

BREAKING NEWS

ଡିଜିଟାଲ୍ ଶିକ୍ଷାଦାନ ନେଇ କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଅନଲାଇନରେ କେଉଁ ଶ୍ରେଣୀର ପିଲା କେତେ ସମୟ ପାଠ ପଢ଼ିବେ । ଡିଜିଟାଲ ଶିକ୍ଷାଦାନ ନେଇ ଗାଇଡଲାଇନ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍କ୍ରିନ୍ ଟାଇମ୍ । ଶିକ୍ଷକ ଶିକ୍ଷୟିତ୍ରୀ ୨ରୁ ୩ ଘଣ୍ଟା ସ୍କ୍ରିନ୍ ଟାଇମରେ ଶିକ୍ଷାଦାନ କରିବେ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ୯୦ ମିନିଟ୍ ପଢ଼ିପାରିବେ । ସେମାନଙ୍କ ପାଇଁ ୩୦-୪୫ ମିନିଟ ଲେଖାଏଁ ଦୁଇଟି ସେସନରେ ଅନଲାଇନ୍ କ୍ଲାସ ହୋଇପାରିବ । ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ରହିବ ୧୮୦ ମିନିଟ ଅର୍ଥାତ୍ ଦେଢ଼ଘଣ୍ଟା । ସେମାନଙ୍କ ପାଇଁ ୪ଟି ସେସନ୍ ରହିବ । ଗୋଟିଏ ସେସନ୍ ୩୦ରୁ ୪୫ ମିନିଟରୁ ଅଧିକ ହେବ ନାହିଁ ।

ଏପରିକି ଚାର୍ଟ ଗ୍ରୁପ ଓ ମେସେଜିଂ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଡି ହୋଇ ରହିବେ । ସପ୍ତାହେ ପୂର୍ବରୁ ଟପିକ୍ ସମ୍ପର୍କରେ ଅବଗତ କରାଯିବ । ସ୍କୁଲର ଅଧ୍ୟକ୍ଷମାନେ ଶିକ୍ଷକ ଓ ଅବିଭାବକଙ୍କ ସହ ସପ୍ତାହକୁ ଥରେ କଥା ହେବେ ।

Leave A Reply

Your email address will not be published.