Latest Odisha News

BREAKING NEWS

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଯାଜପୁର: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ବଡ଼ଚଣା ନିକଟରେ ଟ୍ରକକୁ ପିଟିଲା ଭୁବନେଶ୍ବର ଆସୁଥିବା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୧୦ ଆହତ । ୮ ଜଣଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି, ୨ ଜଣଙ୍କୁ କଟକ ସ୍ଥାନାନ୍ତର ।

ସୂଚନା ଅନୁସାରେ, ନାୟକ ନାମକ ଏକ ଘରୋଇ ବସ୍ ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ଇଣ୍ଡିଆନ ଅୟଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଭାରସ୍ୟାମ ହରାଇ ଗହମ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାଗ୍ରସ୍ତ ବସର ଆଗ କ୍ୟାବିନଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ ବସରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୧୦ ଜଣ ଯାତ୍ରୀ ଦୁଇଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ୨ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ, ଚଣ୍ଡିଖୋଲ RTO ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବସକୁ ରାସ୍ତାରୁ ହଟାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି । ବର୍ତ୍ତମାନ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ରହିଛି ।

Leave A Reply

Your email address will not be published.