Latest Odisha News

BREAKING NEWS

Severe Road Accident: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ଗଞ୍ଜାମ: ଅଧାରେ ରହିଗଲା ଦେବୀ ଦର୍ଶନ । ଶ୍ରଦ୍ଧାଳୁମାନଙ୍କର ଅଟୋକୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ୨ଜଣ ଶିଶୁ ସମତେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ମୃତକମାନେ ହେଲେ ଏରେଣ୍ଡା ଗ୍ରାମର ମାଳି ବେହେରା (୭୫), ନୃସିଂହ ବେହେରା (୪୩), ଜରଡ଼ା ଥାନା ସାମନ୍ତରାପୁର ଗ୍ରାମର ଲୀଳାବତୀ ‌ବେହେରା (୪୫), ପୁରୁଷୋତ୍ତମପୁରର ନେହା ବେହେରା (୧୦) ଓ କିରଣ ବେହେରା (୮) । ଅଟୋରେ ମୋଟ ୧୦ ଜଣ ଶ୍ରଦ୍ଧାଳୁ ଥିଲେ ।

ଗୋଟିଏ ଯାତ୍ରୀବାହୀ ଅଟୋ ୧୦ ଜଣଙ୍କୁ ନେଇ ସୋରଳ ରୋଡ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଅଟୋଟି ଘୋଷାଡି ନେଇ ଗଛରେ ପଟିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ସମସ୍ତ ଯାତ୍ରୀଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ମାତ୍ର ସେଠାରେ ୬ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆହାତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ବସ୍‌ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।

Leave A Reply

Your email address will not be published.