ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଜୁନ୍-ଜୁଲାଇରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି। ଦଶଟି ରାଜ୍ୟରୁ ନିର୍ବାଚିତ ୨୪ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍-ଜୁଲାଇରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ, ନିର୍ବାଚନ କମିଶନ ଏହି ୨୪ ଆସନ ପାଇଁ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ୧୦ଟି ରାଜ୍ୟର ଏହି ଆସନ ପାଇଁ ଭୋଟ୍ ୧୮ ଜୁନ୍ ଗୁରୁବାର ଦିନ ଅନୁଷ୍ଠିତ ହେବ।
ରାଜ୍ୟସଭା ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ନାମାଙ୍କନ ଦାଖଲର ଶେଷ ତାରିଖ: ସୋମବାର ୮ ଜୁନ୍
ନାମାଙ୍କନ ଯାଞ୍ଚ: ମଙ୍ଗଳବାର ୯ ଜୁନ୍
ପ୍ରତ୍ୟାହାରର ଶେଷ ତାରିଖ: ଗୁରୁବାର ୧୧ ଜୁନ୍
ଭୋଟଦାନ ତାରିଖ: ଗୁରୁବାର ୧୮ ଜୁନ୍
ଭୋଟଦାନ ସମୟ: ସକାଳ ୯:୦୦ ରୁ ଅପରାହ୍ନ ୪:୦୦
ଗଣନା ସମୟ: ୧୮ ଜୁନ୍ ୨୦୨୬, ସନ୍ଧ୍ୟା ୫:୦୦
ସମ୍ପୂର୍ଣ୍ଣ ତାରିଖ: ଶନିବାର ୨୦ ଜୁନ୍
ତେବେ ମିଳିଥିସବା ସୂଚନା ଅନୁସାରେ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ୨୪ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ ୨୧ରେ ଶେଷ ହେବାକୁ ଯାଉଛି । ଯାହା ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ ।
ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟସଭା ଆସନକୁ ଉପ-ନିର୍ବାଚନର ତାରିଖ ପ୍ରକାଶ କରିଛନ୍ତି। ଇସିଆଇ ଘୋଷଣା କରିଛି ଯେ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଜୁନ୍ ୧୮ରେ ଅନୁଷ୍ଠିତ ହେବ।