Latest Odisha News

BREAKING NEWS

ବାଇକ ଉପରେ ମାଡିଗଲା ବସ୍, ଗୋଟିଏ ପରିବାରର ୩ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ାଠାରେ ଏକ ଦୁଃଖଦ ଘଟଣା ଘଟିଛି । ବାଇକ୍ ଉପରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ମାଡିଯିବାରୁ ବାଇକରେ ଥିବା ବାପା-ମା ଓ ଝିଅର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ଅଞ୍ଚଳ ତୁରେଛଡ଼ା ଗାଁର ଗୋଟିଏ ପରିବାର ସ୍ୱାମୀ କୃଷ୍ଣଚନ୍ଦ୍ର ବାଗ, ସ୍ତ୍ରୀ ସୁକେସି ଓ ଝିଅ ସୁପ୍ରିୟା ବାଗ ବୋଲି ଜଣାପଡିଛି ।

ଦୁର୍ଘଟଣା ଘଟାଇଥିବା ବସଟି କେଗାଁ ପଟୁ ଧର୍ମଗଡ ଅଭିମୁଖେ ଫେରୁଥିବା ବେଳେ ବାଇକଟି ଗୋଲାମୁଣ୍ଡାରୁ କେଗାଁ ପଟେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ନାବାଳିକାକୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଧର୍ମଗଡ଼ ଉପଖଣ୍ଡ ମେଡିକାଲ ନେଉଥିବା ସମୟରେ ତାର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ଥିବାବେଳେ ବସଟିକୁ ଗୋଲାମୁଣ୍ଡା ଥାନାରେ ଅଟକ ରଖାଯାଇଛି ।

Leave A Reply

Your email address will not be published.