Latest Odisha News

BREAKING NEWS

ବସ୍ ଧକ୍କାରେ ପ୍ରାଣ ହରାଇଲେ ୮ମ ଶ୍ରେଣୀ ଛାତ୍ର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧାମନଗର ଅଞ୍ଚଳରେ ରବିବାର ସକାଳୁ ଏକ ବସ ଧକ୍କାରେ ଜଣେ ୧୨ ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରାଣ ହରାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୃତ ଛାତ୍ରଙ୍କ ନାମ ଧର୍ମାନନ୍ଦ ବାଗର୍ତ୍ତି ଅଟେ । ରବିବାର ସକାଳୁ ଧର୍ମାନନ୍ଦ ଟ୍ୟୁସନ ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଘରୋଇ ବସ ତାଙ୍କ ଉପରକୁ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଧର୍ମାନନ୍ଦଙ୍କର ମୃତ୍ୟୁ ଘଟିଥିଲା । ବସ ଚାଳକ ଦୁର୍ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି ।

ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଫେରାର ଡ୍ରାଇଭରକୁ ଗିରଫ ଦାବି କରିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପାରିସ୍ଥିତିକୁ କାବୁ କରିଛି ।

Leave A Reply

Your email address will not be published.