Latest Odisha News

BREAKING NEWS

ସର୍ବସମ୍ମୁଖରେ ସଲମାନଙ୍କ ଠାରୁ ମାଡ଼ ଖାଇଛନ୍ତି ବଲିଉଡର ଏହିସବୁ ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନଙ୍କ ରାଗ ବାବଦରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ମାଲୁମ ଥିବ। ସଲମାନଙ୍କୁ ଦର୍ଶକେ ଦବଙ୍ଗ ଖାନ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ଏଭଳି ନାମକରଣ ପଛରେ ମଧ୍ୟ ରହିଛି ବିଶେଷ ତାତ୍ପର୍ଯ୍ୟ । ବଲିଉଡର ଅନେକ ନ୍ୟୁକମର କଳାକାରଙ୍କ ପାଇଁ ସଲମାନ ଗଡ଼ ଫାଦର ସାଜିଥିବା ବେଳେ ଅନେକଙ୍କୁ ବଲିଉଡରୁ ବାହାରକୁ ରାସ୍ତା ଦେଖାଇଛନ୍ତି ଭାଇଜାନ ।

ତେବେ ଏମିତି ମଧ୍ୟ ଅନେକ କାଳାକାର ଅଛନ୍ତି ଯେଉଁମାନଙ୍କୁ ସଲମାନଙ୍କ ଠାରୁ ସର୍ବସମ୍ମୁଖରେ ମାଡ଼ଖାଇବାକୁ ପଡିଛି । ତେବେ ସଲମାନଙ୍କଠୁ ଥାପ୍ପଡ ଖାଇଥିବା ବଲିଉଡର ଆଗଧାଡ଼ିର କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ ।

ରଣବୀର କପୁର:

ରଣବୀରଙ୍କୁ ସଲମାନ ସମସ୍ତଙ୍କ ସାମ୍ନାରେ ଏକ ରେଷ୍ଟୁରାଣ୍ଟରେ ଥାପ୍ପଡ ମାରିଥିଲେ । କପୁର ବଂଶର ଏହି ଆଗଧାଡ଼ିର ଅଭିନେତା ପାଠ ପଢୁଥିବା ବେଳେ ଦିନେ ଏକ ହୋଟେଲରେ ସଲମାନଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ରଣବୀରଙ୍କୁ ସମ୍ଭାଳିବା ଲାଗି ସଲମାନ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଥାପ୍ପଡ ମାରିଥିଲେ।

କେବଳ ଅଭିନେତା ନୁହଁନ୍ତି ଅଭିନେତ୍ରୀ ମଧ୍ୟ ସଲମାନଙ୍କ ରାଗରୁ ବାଦ୍ ପଡିନାହାନ୍ତି ।

ଐଶ୍ୱର୍ଯ୍ୟା:

ବଚ୍ଚନ ଖାନଦାନର ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସଲମାନଙ୍କ ସମ୍ପର୍କ ବିଷୟରେ ତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା । ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ପାଗଳଙ୍କ ଭଳି ଭଲପାଉଥିଲେ ସଲମାନ। ହେଲେ ସଲମାନଙ୍କ ବଦଗୁଣ ଯୋଗୁ ସେମାନଙ୍କ ଭିତରେ ଅନେକ ଥର ମାରପିଟ ହୋଇଥିବା କାହାକୁ ଅଜଣା ନାହିଁ। ଯେଉଁଥି ପାଇଁ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ବ୍ରେକଅପ ହୋଇଥିବା ବେଳେ ପରେ ଅଭିଷେକଙ୍କୁ ବିବାହ କରିଥିଲେ ଐଶ ।

କ୍ୟାଟ୍ରିନା କୈଫ:

ବଲିଉଡକୁ କ୍ୟାଟ୍ରିନା କୈଫଙ୍କୁ ଆଣିବାର ସବୁଠୁ ବଡ ଶ୍ରେୟ ସଲମାନଙ୍କୁ ହିଁ ଦିଆଯାଇପାରେ। ହେଲେ କ୍ୟାଟ୍ରିନା ବି ବାଦ ପଡିନାହାନ୍ତି ସଲମାନଙ୍କ ଥାପ୍ପଡରୁ ।

Leave A Reply

Your email address will not be published.