ଶ୍ରୀକାକୁଲମ୍(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏହି ବସ୍ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା । ଏତିକିବେଳେ ଏନଏଚ୍-୫ର ରଣସରନ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା ବସ୍ । ବସ୍ରେ ଥିବା ୪୭ ଜଣ ଆହତ ହୋଇଛନ୍ତି ।
ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସର ସାମନା ପଟ ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି । ଘଟାସ୍ଥଳରେ ପହଞ୍ଚି ଖୋଳତାଡ କରିଛି ପୋଲିସ । ତେବେ କେମିତି ଓ କେଉଁ ପରିସ୍ଥିତିରେ ଟ୍ରକକୁ ବସ୍ ଧକ୍କା ଦେଇଥିବା ଜଣା ପଡିନି ।
Comments are closed.