Latest Odisha News

ଓଲଟିପଡିଲା ବସ୍, ୧୯ ତୀର୍ଥଯାତ୍ରୀ ଆହତ

ଯାଜପୁର: ଓଲଟି ପଡିଲା ତୀର୍ଥଯାତ୍ରୀ ବସ୍। ଉତ୍ତରପ୍ରଦେଶରୁ ଆସିଥିବା ଆସିଥିବା ତୀର୍ଥଯାତ୍ରୀ ବସ୍ ଯାଜପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୯ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି।

BjdElectrycity

ଆହତମାନଙ୍କୁ ଯାଜପୁରର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରୁ ତିନି ଜଣଙ୍କୁ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ଏବଂ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ୟୁପିର ଶାହପୁରରୁ ବସରେ ତୀର୍ଥଯାତ୍ରା କରିବାକୁ ଆସିଥିଲେ। ଜାତୀୟ ରାଜପଥ ୧୬ରେ ଯିବା ବେଳେ ଯାଜପୁର ନିକଟରେ ବସଟି ଦୁର୍ଘଟଣାର ଶିକାର ହୋଇଛି। ବସରେ ପାଖାପାଖି ୮୦ ଜଣ ଯାତ୍ରୀ ଥିଲେ। ଏ ସମସ୍ତେ ଉତ୍ତର ପ୍ରଦେଶରୁ ଆସିଥିବା ଜଣାପଡିଛି। ପୁରୀରେ ଜଗନ୍ନାଥ ଦର୍ଶନ କରି ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.