Latest Odisha News

BREAKING NEWS

ଏନ୍‌ଏଚ୍‌-୧୬ରେ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁର:ଏନ୍‌ଏଚ୍‌-୧୬ରେ ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ରବିବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବସ୍‌ଟି କଟକରୁ ବରୀ ଯିବା ବାଟରେ ଓଲଟି ପଡ଼ିଲା । ବସ୍‌ରେ ୪୫ରୁ ଉର୍ଦ୍ଧ୍ବ ଯାତ୍ରୀଥିବାର ସୂଚନା ରହିଛି ।

ଆହତମାନଙ୍କୁ ଧର୍ମଶାଳା ଓ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଗୁରୁତର ଥିବା ୫ଜଣଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉକି, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, କୁଆଖିଆ ଓ ଧର୍ମଶାଳା ଥାନା ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

ସୂଚନାମୁତାବକ, ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅନ୍ୟ ଏକ ଗାଡ଼ିକୁ ସାଇଡ୍‌ ଦେବାକୁ ଯାଇ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Comments are closed.