Latest Odisha News

ଜୁନ୍ ୧ରୁ ଓଡିଶାରେ ସ୍ୱାଭାବିକ ହେବ ବସ୍ ସେବା: ମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧ ସୁଦ୍ଧା ଓଡ଼ିଶାରେ ବସ୍ ସେବା ସ୍ୱାଭାବିକ ହେବ ବୋଲି ଗୁରୁବାର ଦିନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ଘରୋଇ ବସ୍ ମାଲିକମାନେ ବସ୍ ଚଳାଚଳ ଆରମ୍ଭ କରିଥିବାରୁ ଗୁରୁବାର ଦିନ ରାଜ୍ୟର ପ୍ରମୁଖ ବସ୍ ଷ୍ଟାଣ୍ଡଗୁଡିକରେ ଲୋକଙ୍କର ସାମାନ୍ୟ ଭିଡ ଦେଖିବାକୁ ମିଳିଛି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି “ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ବେଳେ ଓଡିଶାରେ ବସ୍ ଚଳାଚଳ ବନ୍ଦ ରହିଥିଲା । ଯାହାଫଳରେ କିଛି କିଛି କର୍ମଚାରୀ ଘରକୁ ପଳାଇ ଯାଇଥିବା ବେଳେ ଗାଡିଗୁଡିକ ମଧ୍ୟ ପଡିରହିଥିଲା । ଯାହାଫଳରେ ଯନ୍ତ୍ରାଂଶ ସବୁ ଏକପ୍ରକାର ଖରାପ ହୋଇପଡିଛି । ସେଗୁଡିକର ମରାମତି ଲାଗି କିଛି ସମୟ ଲାଗିବ। ଆମେ ଆଶା କରୁଛୁ ଯେ ଜୁନ୍ ସୁଦ୍ଧା ମାଲିକମାନେ ଆବଶ୍ୟକ ମରାମତି କାମ ସାରିବା ସହିତ ବସ୍ ଚଳାଇ ପାରିବେ” ।

ଅଧିକ ପଢନ୍ତୁ- ଆଜିଠୁଁ ବସ୍ ସେବା ଆରମ୍ଭ; ଦେଖନ୍ତୁ, ବରମୁଣ୍ଡା ବସଷ୍ଟାଣ୍ଡରୁ ସମସ୍ତ ଜିଲ୍ଲାକୁ ରେଟ୍ ଚାର୍ଟ୍‌

ଆହୁରି ମଧ୍ୟ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଚଢିବାକୁ ଅନୁମତି ନଦେବାକୁ ବସ୍ ମାଲିକମାନଙ୍କୁ କୁହାଯାଇଛି।

Comments are closed.