Latest Odisha News

BREAKING NEWS

ପୁଲୱାମା-୨ ପାଇଁ ଆତଙ୍କବାଦୀ ଷଡଯନ୍ତ୍ର ରଚିଥିଲା

ପୁଲୱାମା:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ପରି ବଡ ଧରଣର ବିସ୍ଫୋରଣ ଘଟାଇବା ଲକ୍ଷ୍ୟରେ ଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି ଘଟଣାକ୍ରମ ସମ୍ପର୍କରେ ।
୧. ଜୈଶ ଏ ମହମ୍ମଦ ଏହି ଷଡଯନ୍ତ୍ର ପଛରେ ରହିଥିଲା ।
୨. କାରର ନକଲି ନମ୍ବର ପ୍ଲେଟ କରାଯାଇଥିଲା । ଏହା ପ୍ରକୃତରେ ଏକ ମୋଟରସାଇକେଲର ନମ୍ବର ଥିଲା । ଏହାର ମାଲିକଙ୍କ ନାମ ସାହିଲ କୁମାର ।
୩.୩ ଦିନ ତଳୁ ଏନଆଇଏ ଏ ନେଇ ସମସ୍ତ ସୁରକ୍ଷା ବିଭାଗକୁ ଆଲର୍ଟ କରିଥିଲା ।
୪.କାରରେ ପାଖାପାଖି ୪୦ କେଜି ଆଇଡି ଥିଲା ।
୫.ଡ୍ରାଇଭରକୁ ପୋଲିସ ଖୋଜୁଛି । ଅଦିଲ ନାମକ ଏହି ଡ୍ରାଇଭର ଜୈଶ ଏ ମହମ୍ମଦର ସଦସ୍ୟ ।
୬.ଘଟଣାର ତଦନ୍ତ ଏନଆଇଏ କରିବ ।

୭.ଡ୍ରାଇଭର ଏହି ଅଂଚଳ ଛାଡି ଯାଇ ନାହିଁ ବୋଲି ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।
୮. ରିୟାଜୋ ନାଏକ ଏବଂ ୩୮ ଆତଙ୍କବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଏହି ଷଡଯନ୍ତ୍ର ରଚା ଯାଇଥିଲା ।
୯.ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ ଡୋଭାଲ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି ।
୧୦. ଫେବୃୟାରୀ ୨୦୧୯ରେ ପୁଲୱାମା ବିସ୍ଫୋରଣରେ ୪୦ ସିଆରପିଏଫ ଶହୀଦ ହୋଇଥିଲେ ।

Leave A Reply

Your email address will not be published.