Latest Odisha News

BREAKING NEWS

ବିବାଦୀୟ ମୋଡ ନେଉଛି ବୋଟ ନିଖୋଜ ଘଟଣା; ୧୩ ମତ୍ସ୍ୟଜୀବୀ ୫ ଦିନ ଧରି ସମୁଦ୍ରରେ କ’ଣ କରୁଥିଲେ ?

ପାରାଦ୍ୱୀପ:  ପାରାଦ୍ଵୀପର ଦୁଇଟି ବୋଟ ନିଖୋଜ ହେବା ଘଟଣାକୁ ନେଇ  ବଢିଲା ସସପେନ୍ସ। ଦୁଇଟି ଯାକ ବୋଟ୍ ପାରାଦ୍ଵୀପ ଫେରିଥିଲେ ମଧ୍ୟ ବୋଟ୍ କର୍ମଚାରୀଙ୍କ କଥାରେ ରହୁନାହିଁ ତାଳମେଳ। ଘଟଣାର ତଦନ୍ତ ଏବେ ମତ୍ସ୍ୟ ବିଭାଗ, କୋଷ୍ଟଗାର୍ଡ ଓ ପୋଲିସ ହାତରେ।  ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୁଇଟି ବୋଟ କିନାରା ଓ ଦେବୀ ଲକ୍ଷ୍ମୀ ନିଖୋଜ ଘଟଣା ଧିରେ ଧିରେ ଜଟିଳ ହେବାରେ ଲାଗିଛି। ଗତ ୮ ତାରିଖରେ ପାରାଦ୍ଵୀପ ରୁ ବାହାରି ପାଖାପାଖି ୧୫୭ କି.ମି. ବାଙ୍ଗଲାଦେଶ ସୀମା ନିକଟକୁ ଯାଇଥିଲେ ଏବଂ ୧୦ ତାରିଖ ପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗରେ ରହିଥିଲେ। ମାତ୍ର ପରେ ସେମାନେ ନିଖୋଜ ହୋଇଥିବା ଖବର ଆସିଥିଲା।

ସେମାନଙ୍କ ନିକଟରେ ଓ୍ବେରଲେସ , ଫୋନ୍ ଓ ଭାରତ ସରକାରଙ୍କ ପକ୍ଷରୁ ଡାଟ୍ (DAT) ମେସିନ ଦିଆଯାଇଥାଏ। ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏ ସମସ୍ତ ମେସିନ କାମ କଲାନାହିଁ କିପରି  ?   ସେମାନେ ଏହି ୫ ଦିନ ସମୁଦ୍ରରେ କରୁଥିଲେ କ’ଣ ?  ଏମିତି କିଛି ଚୋରା ମାଦକ ଦ୍ରବ୍ୟ ବ୍ୟବସାୟ ପ୍ରତି ଇଙ୍ଗିତ କରୁଥିଲେ ହେଁ କାହା ପାଖରେ କିଛି ତଥ୍ୟ ନାହିଁ ।  ବୋଟ୍ ରେ କୈାଣସି ସମସ୍ୟା ନଥିଲା ବୋଲି ଜଣେ ବୋଟ୍ କର୍ମଚାରୀ କହିଥିବା ବେଳେ ଆଉ ଜଣେ ବୋଟ୍ ଫ୍ୟାନରେ ଜାଲ ଲାଗିଯାଇଥିବାରୁ ଅସୁବିଧା ହୋଇଥିବା ସୂଚନା ଦେଇଛନ୍ତି। ଏହି ଦୁଇ କର୍ମଚାରୀଙ୍କ ଭିନ୍ନ ମତ ଏପରି ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି ।

ଏହି ବୋଟ୍ ନିଖୋଜ ଘଟଣାର ତଦନ୍ତ ଏବେ କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ ଓ ପାରାଦୀପ ଅତିରିକ୍ତ ଏସପି କରୁଥିବା ବେଳେ ବୋଟର ମାଲିକ ଗଣମାଧ୍ୟମ ନିକଟରୁ ଡ଼୍ରାଇଭରଙ୍କୁ ଦୂରେଇ ରଖିବାକୁ ଉଦ୍ୟମ କରୁଥିଲେ। ସଙ୍ଗେ ସଙ୍ଗେ ଡ଼୍ରାଇଭର ଦୁଇଜଣଙ୍କୁ ଥାନାକୁ ନିଆଯାଇଛି। ତେବେ ଏହି ବୋଟ୍ ଦୁଇଟିର ସମସ୍ତ ୧୩ ଜଣ କର୍ମଚାରୀ ଓ ବୋଟ୍ ସୁରକ୍ଷିତ ଅଛି ଏବଂ ଓଏନଜିସି ର ଏକ ସର୍ଭେ କମ୍ପାନୀ ଏମାନଙ୍କୁ ଭଡ଼ାରେ ନେଇଥିଲେ ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପାରାଦ୍ଵୀପ ପକ୍ଷରୁ କୁହାଯାଇଛି। ତେବେ କେଉଁ କାରଣ ପାଇଁ ଏହି ବୋଟ୍ ଯୋଗାଯୋଗ ରୁ ବିଛିନ୍ନ ହୋଇଥିଲେ ଏହାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ।

 

Leave A Reply

Your email address will not be published.