Latest Odisha News

ଅଜବ ଗାଡ଼ି: ଆଗରୁ ଟ୍ରାକ୍ଟର, ପଛରୁ ଦେଖିଲେ ବସ୍‌; ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ଆମକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାରେ ଯାଉଥିବା ଏକ ଗାଡ଼ିର ଆଗରୁ ଦେଖିଲେ ଟ୍ରାକ୍ଟର ଓ ପଛରୁ ଦେଖିଲେ ବସ । ଏହି ଅଜବ ଗାଡ଼ିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

BjdElectrycity

ଦେଶୀ ଯୋଗାଡର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଜିକାଲି ସବୁକିଛି ସମ୍ଭବ ବୋଲି ମନେ କରିବେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଏକ ବସ୍ ଯାଉଛି । ବସର ପଛପଟ ନଜର ଆସୁଛି । ଯାତ୍ରୀମାନେ ମଧ୍ୟ ସେଥିରେ ବେଶ ଆରାମରେ ବସିଛନ୍ତି । ଆଉ ଏହାର ସମ୍ମୁଖ ଭାଗକୁ ଦେଖିଲେ ଚକିତ ହେବା ନିଶ୍ଚିତ । କାରଣ ସେଥିରେ ନା ଡ୍ରାଇଭର ଅଛନ୍ତି ନା ଇଞ୍ଜିନ । କାରଣ ଏହି ବସ୍‌କୁ ଏକ ଟ୍ରାକ୍ଟର ଦ୍ୱାରା ଟଣାଯାଉଛି । ଲୋକେ ଏହି ଯୋଗାଡ଼କୁ ଦେଖି ବାହାବାଃ କରୁଛନ୍ତି । ଭିଡିଓକୁ ସେୟାର ହେବା ପରେ ଅନେକ ବ୍ୟବହାରକାରୀ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି । ଯୋଗାଡ଼ର ଏହା ସବୁଠୁ ଚମତ୍କାର ଭିଡିଓ ବୋଲି ଜଣେ କହିଛନ୍ତି ।

Leave A Reply

Your email address will not be published.