Latest Odisha News

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ; ୧ ମୃତ, ୧୮ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଲାସେ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ଥିବା ଜଣାପଡିଛି । ଦୁର୍ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଆହତ ଯାତ୍ରୀଙ୍କୁ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବସଟି ବୀରମିତ୍ରପୁରରୁ ରାଉରକେଲା ଅଭିମୁଖେ ଆସୁଥିଲା । ତେବେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି ।

Comments are closed.