Latest Odisha News

BREAKING NEWS

ଆସିଲା ‘ସନ୍ଦିପ ଔର ପିଙ୍କି ଫରାର’ର ଫାଷ୍ଟ ଲୁକ୍

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡର ଆଗାମୀ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ର ଫାଷ୍ଟ ଲୁକ୍ । ରିଲିଜ ହୋଇଥିବା ଏହି ପୋଷ୍ଟର ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ଦେଖିବାକୁ ମିଳିିଛି । ତେବେ ଏହି ପୋଷ୍ଟରରେ ଏକ ଟ୍ୱିଷ୍ଟ ମଧ୍ୟ ରହିଛି । ସନ୍ଦିପ ଭୂମିକାରେ ପରିଣିତି ଥିବା ବେଳେ ପିଙ୍କି ଭୂମିକାରେ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିଛି ।
ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ପୁଣି ଥରେ ‘ଇସକଜାଦେ’ ଯୋଡିଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତ ୨୦ ତାରିଖରେ ରିଲିଜ ହେବ । ପୂର୍ବରୁ ଏହି ଫିଲ୍ମଟିକୁ ୨୦୧୮ରେ ରିଲିଜ କରାଯିବାକୁ ନେଇ ନିଷ୍ପତି ହୋଇଥିଲା । ତେବେ କୌଣସି କାରଣରୁ ଏହାର ରିଲିଜ ଡେଟ ରୋକ ଲାଗିଥିଲା । ପରେ ୨୦୧୯ ମାର୍ଚ୍ଚରେ ରିଲିଜ କରାଇବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ତାହା ହୋଇ ପାରିନଥିଲା ।

BjdElectrycity
Leave A Reply

Your email address will not be published.