Latest Odisha News

BREAKING NEWS

ଗଣଦୁଷ୍କର୍ମ ଓ ଲୁଟ୍ ମାମଲାରେ ୭ ଗିରଫ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧାରାରେ ହୋଇଥିବା ଏକ ଗଣଦୁଷ୍କର୍ମ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

ସମସ୍ତ ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧୀ ଏବଂ ଅତୀତରେ ଅନେକ ଲୁଟ୍ ମାମଲାରେ ଜଡିତ ଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

ଗତ ଫେବୃଆରୀ ୨୩ ତାରିଖ ରାତିରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସାତଜଣ ଡକାୟତମୂଲ୍ୟବାନ ଉପକରଣ ଲୁଟିବା ପାଇଁ ଏକ ପଥର କ୍ରସର ୟୁନିଟରେ ପ୍ରବେଶ କରିଥିଲେ। ୟୁନିଟର କେୟାରଟେକର କୋଠାର ତଳ ମହଲାରେ ଶୋଇଥିବାବେଳେ ତାଙ୍କ ପତ୍ନୀ ପ୍ରଥମ ମହଲାରେ ଥିଲେ।

ମହିଳା ଜଣକଙ୍କୁ ଏକୁଟିଆ ପାଇ ଡକାୟତମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଚିତ୍କାର ଶୁଣି ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚିବାରୁ ଅପରାଧୀ ମାନେ ତାଙ୍କୁ ମାଡ ମାରିବା ସହ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହା ପରେ ଡକାୟତମାନେ କ୍ରସର ୟୁନିଟରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ନେଇ ପଳାଇଥିଲେ।

ତେବେ ଏହି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ ସେମାନଙ୍କଠାରୁ ଲୁଟ୍ ହୋଇଥିବା ଜିନିଷପତ୍ର ଜବତ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.