Latest Odisha News

BREAKING NEWS

ଗୁଳି ମାରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା, ୨୦ ଲକ୍ଷ ଲୁଟ୍ ଅଭିଯୋଗ

ରାଇରଙ୍ଗପୁର: ଗୁଳି ମାରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା । ଏହାପରେ ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁହାଟରେ ଏହି ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ଆସିଥିବା ୨ ବେପାରୀଙ୍କୁ ଗୁଳି କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ ।

ହାଟବାଦଡାରେ ଗୋରୁ ହାଟକୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି । ଆଜି ସକାଳ ପ୍ରାୟ ୭ଟାରେ ହଠାତ ୪ଜଣ ଦୁର୍ବୃତ୍ତ ୨ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ । ୩ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ପରେ ସେମାନଙ୍କ ନିକଟରେ ଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।

ବ୍ୟବସାୟୀଙ୍କ ଛାତିରେ ବାଜିଥିଲା ଗୁଳି । ଏହାପରେ ସେ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଜଣେ ବ୍ୟବସାୟୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ମୟୂରଭଞ୍ଜ ଗ୍ରାମାଞ୍ଚଳ ଥାନା ପୋଲିସ ଖୋଳତାଡ କରୁଛି ।

Leave A Reply

Your email address will not be published.