Latest Odisha News

ବ୍ୟବସାୟୀ କହିଲେ କ’ଣ ପାଇଁ ଅର୍ଚ୍ଚନା ନାଗଙ୍କୁ ଟଙ୍କା ଦେଇଥିଲେ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ପଚରାଉଚରା ପାଇଁ ବ୍ୟବସାୟୀ ଅମୀୟକାନ୍ତ ଦାସ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, 2021-22 ମସିହାରେ ବ୍ୟବସାୟୀ ଅମୀୟକାନ୍ତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟରେ 10 ଲକ୍ଷ ଟଙ୍କା ଜମା କରିଥିଲେ।

ଇଡି ଦମ୍ପତ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାପରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚାର କରିବାକୁ ସମନ କରିଥିଲେ। ଆଜି ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏବଂ ଅମୀୟକାନ୍ତ ଦାସ ହାଜର ହୋଇଥିଲେ।

ପାଖାପାଖି ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଥିଲେ ଅମୀୟ ଦାସ। ସକାଳ ୯ଟା ରୁ ଜେରାର ସମ୍ମୁଖୀନ ହେଉଥିଲେ ଅମୀୟ ଦାସ। ଅମୀୟ ଦାସ କହିଛନ୍ତି, ଜଗବନ୍ଧୁଙ୍କ ଦେହ ଖରାପ ବେଳେ ଟଙ୍କା ମାଗିଥିଲେ ଅର୍ଚ୍ଚନା। ମୋଟ୍ ୭ ଲକ୍ଷ ଟଙ୍କା ଦମ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ଅମୀୟ ଦାସ। ୨୦୨୧ – ୨୨ରେ ଲକ୍ଷାଧିକ ଟଙ୍କା କାରବାର ନେଇ ସମନ ପାଇବା ପରେ ହାଜର ହୋଇ ଏପରି କହିଥିଲେ ଅମୀୟ ଦାସ।

ସେପଟେ 10 ଦିନ ରିମାଣ୍ଡ ଅବଧି ସରିବା ପରେ ଆଉ ତିନି ଦିନ ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଜେରା କରୁଛି ଇଡି।

ଓଡିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଇଡିରେ ହାଜର ହୋଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିବା ସୂଚନା ରହିଛି। ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ, ହନିଟ୍ରାପ ଓ ମନି ଲଣ୍ଡରିଂ ମାମଲାରେ ପରିଜାଙ୍କୁ ସମନ୍ କରିଛି ଇଡି। ପୂର୍ବରୁ ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା ଅସୁସ୍ଥତା ଦର୍ଶାଇ ଇଡିରେ ହାଜର ହୋଇ ନ ଥିଲେ।

Comments are closed.