Latest Odisha News

BREAKING NEWS

ଯୁବରାଜଙ୍କୁ ନୋଟିସ ଜାରୀ କଲା ଗୋଆ ପର୍ଯ୍ୟଟନ ବିଭାଗ

ପାଣାଜୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ଅଡୁଆରେ ପଡିଛନ୍ତି । ଗୋଆ ପର୍ଯ୍ୟଟନ ବିଭାଗ ତାଙ୍କୁ ନୋଟିସ ଜାରୀ କରିଛି । ଯୁବି ପଞ୍ଜିକରଣ ନ କରି ତାଙ୍କ ଭିଲ୍ଲାକୁ ଅତିଥିଙ୍କୁ ଦେଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିସେମ୍ବର ୮ ଦିନ ୧୧ଟାରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ସମ୍ପୃକ୍ତ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ମୋରଜିମରେ ଯୁବରାଜଙ୍କ କାସା ସିଂ ନାମକ ଏକ ଭିଲ୍ଲା ରହିଛି । ସେ ଆଇନ ଅନୁସାରେ ଏହାକୁ ପଞ୍ଜିକରଣ କରି ନାହାନ୍ତି । ୧୯୮୨ ରେଜିଷ୍ଟ୍ରେଶନ ଅଫ ଟୁରିଷ୍ଟ ଆକ୍ଟକୁ ଏହା ଉଲ୍ଲଂଘନ କରୁଛି ।

ହୋମଷ୍ଟେ ଭାବେ ବ୍ୟବହାର କରିବାକୁ ହେଲେ ସମସ୍ତ ନିୟମ କାନୁନ ମାନିବାକୁ ପଡିବ ବୋଲି ପର୍ଯ୍ୟଟନ ବିଭାଗ ଡେପୁଟି ଡାଇରେକ୍ଟର ରାଜେଶ କାଲେ କହିଛନ୍ତି । ଯୁବି ହାଜର ହେବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.