Latest Odisha News

BREAKING NEWS

କୁମ୍ଭୀର ରକ୍ତ ପିଅନ୍ତି ବ୍ୟବସାୟୀ, ଚଢା ଦରରେ ବିକ୍ରି ହୁଏ ଏହି ରକ୍ତ

ଥାଇଲାଣ୍ଡ: ବଲିଉଡ ଅଭିନେତା ଅନିଲ କପୁର ଯୁବକ ରହିବାକୁ ସାପ ରକ୍ତ ପିଉଛନ୍ତି ବୋଲି କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ କେତେ ସତ୍ୟତା ଅଛି ଜଣାନାହିଁ । କିନ୍ତୁ ଥାଇଲ୍ୟାଣ୍ଡର ଜଣେ ବ୍ୟବସାୟୀ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଦୁଇଥର କୁମ୍ଭୀର ରକ୍ତ ପିଉଥିବା ଜଣାଯାଇଛି ।

୫୨ ବର୍ଷର୍ୀୟା ରୋଜାକର୍ନ ନୈନାନ୍ ନାମକ ଜଣେ ବ୍ୟବସାୟୀ ଥାଇଲାଣ୍ଡର ଟ୍ରାଙ୍ଗ ପ୍ରଦେଶରେ ରୁହନ୍ତି । ନିଜକୁ ସୁସ୍ଥ ରଖିବା ପାଇଁ ସେ ପ୍ରତ୍ୟେକ ଦିନ କୁମ୍ଭୀର ରକ୍ତ ପିଇଥାନ୍ତି । ସେଥିଲାଗି କୁମ୍ଭୀର ରକ୍ତ ବହୁତ ଚଢା ଦର ରେ ବିକ୍ରି ହୋଇଥାଏ । ରୋଜାକର୍ନ କହିଛନ୍ତି, ପୂର୍ବରୁ ସେ ନିଜକୁ ଶାରୀରିକ ଦୁର୍ବଳ ଥିଲେ । ଅଳ୍ପ ପରିଶ୍ରମ କଲେ ଥକ୍କି ଯାଉଥିଲେ । ଯେବେଠୁ ସେ କୁମ୍ଭୀର ରକ୍ତ ପିଇବା ଆରମ୍ଭ କଲେ, ସେବେଠାରୁ ସେ ନିଜକୁ ଦୁର୍ବଳ ଅନୁଭବ କରନ୍ତି ନାହିଁ । କୁମ୍ଭୀର ରକ୍ତ ଅନେକ ଅଙ୍ଗ, ରକ୍ତ ଏବଂ ସ୍ନାୟୁ ପ୍ରଣାଳୀ ଭଲ କାମ କରେ ।

ପନିପରିବା, ଫଳ ଏବଂ ଫୁଲ ପରି ଥାଇଲାଣ୍ଡରେ କୁମ୍ଭୀର ଚାଷ ମଧ୍ୟ କରାଯାଇଥାଏ । ଫାର୍ମ ହାଉସରେ ଲକ୍ଷ ଲକ୍ଷ କୁମ୍ଭୀର ପାଳିତ ହେଉଛନ୍ତି । ଗୋଟିଏ ଗ୍ଲାସ କୁମ୍ଭୀର ରକ୍ତର ମୂଲ୍ୟ ୮୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । କୁମ୍ଭୀର ଫାର୍ମର ମାଲିକ ଭାନଚାଇ ଚିକାର୍ଡ କହିଛନ୍ତିି, କୁମ୍ଭୀର ରକ୍ତ ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ଶ୍ୱେତ ରକ୍ତ କଣିକାକୁ ମଜବୁତ କରେ ଏବଂ ବୃଦ୍ଧି କରେ । ଏହା ବନ୍ଧ୍ୟାକରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତିନିରୁ ଚାରି ବର୍ଷର କୁମ୍ଭୀରମାନଙ୍କୁ ରକ୍ତ ପାଇଁ ହତ୍ୟା କରାଯାଏ । କାରଣ ଏହି ବୟସରେ ସେମାନଙ୍କର ରକ୍ତ ଅଧିକ ଶକ୍ତିଶାଳୀ ହୋଇଥାଏ । ଗୋଟିଏ କୁମ୍ଭୀର ଦେହରୁ କେବଳ ୧୦୦ ମିଲିମିଟର ରକ୍ତ ବାହାର କରାଯାଇପାରିବ । ଥାଇଲାଣ୍ଡରେ ଏକ ହଜାରରୁ ଅଧିକ କୁମ୍ଭୀର ଫାର୍ମ ହାଉସ୍ ରହିଛି । ଯେଉଁଠାରେ ପ୍ରାୟ ୧.୨ ମିଲିୟନ କୁମ୍ଭୀର ରଖାଯାଇଛି । କୁମ୍ଭୀର ଚମଡ଼ାରୁ ହ୍ୟାଣ୍ଡବ୍ୟାଗ, ଚମଡା ଶୁଟ୍‌, ବେଲ୍ଟ ପରି ସାମଗ୍ରୀ ମଧ୍ୟ ତିଆରି ହୋଇଥାଏ ।

Leave A Reply

Your email address will not be published.