Latest Odisha News

BREAKING NEWS

ବଟଲରଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ଲକ୍ଷ୍ୟ

ନୂଆଦିଲ୍ଲୀ: ଜୋସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୨୧ ରନର ବିଶାଳ ଲକ୍ଷ୍ୟ ରଖିଛି । ଯଶସ୍ୱୀ ଜୈଶ୍ୱାଲ (୧୨) ଓ ସଞ୍ଜୁ ସାମସନ ୪୮ ରନ ସଂଗ୍ରହ କରିଥିଲେ । ବଟଲରଙ୍କ ୧୨୪ ରନର ଇନିଂସରେ ୧୧ ଚୌକା ଓ ୮ ଛକା ସାମିଲ ଥିଲା ।

ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ଅରୁଣ ଜେଟଲୀ ଷ୍ଟାଡିୟମରେ ହାଇଦ୍ରାବାଦ ଏହି ବିଶାଳ ଲକ୍ଷ୍ୟ ଚେଜ୍ କରିପାରୁଛି କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ହାଇଦ୍ରାବାଦ ୬ ଓଭରରେ କୌଣସି ଉଇକେଟ ନ ହରାଇ ୫୭ ରନ ସଂଗ୍ରହ କରି ନେଇଛି ।

Leave A Reply

Your email address will not be published.