Latest Odisha News

BREAKING NEWS

ଲଜ୍ଜ୍ୟା ! ବିରୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ କୁହୁଳୁଛି ଅସନ୍ତୁଷ୍ଟତାର ନିଆଁ । ଏ ନେଇ ଅନେକ କ୍ରିକେଟ ପ୍ରେମୀ ସୋସିଆଲ୍ ମିଡିଆରେ ଦଳରେ ପରିବର୍ତ୍ତନ ତଥା ଖେଳାଳି ଚୟନ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ହେଲେ ନିକଟରେ ଅଧିନାୟକ ବିରାଟ ଓ ଅନୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ ଭଳି ଲଜ୍ଜ୍ୟାକର ଘଟଣା ସାମ୍ନାକୁ ଆସିଛି ।

ଅମିନା ଓରଫ କ୍ରିକକ୍ରେଜି ଗାର୍ଲ ନାମକ ଜଣେ ସୋସିଆଲ୍ ମିଡିଆ ୟୁଜର୍ ବିରୁଷ୍କାଙ୍କ ଝିଅକୁ ଦୁଷ୍କର୍ମ କରିବା ନେଇ ଏକ ଅଶ୍ଳୀଳ ଟୁଇଟ୍ କରିଥିଲା । ତେବେ ବର୍ତ୍ତମାନ ଅଶ୍ଳୀଳ ଟୁଇଟ୍ ସମେତ ଆକାଉଣ୍ଟ ଡିଲିଟ୍ ହୋଇଥିଲେ ବି ଏହି ଘଟଣା ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୋସିଆଲ୍ ମିଡିଆରେ ଅଶ୍ଳୀଳ୍ ଟୁଇଟ୍ ର ସ୍ନାପସଟଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ଟି୨୦ ବିଶ୍ୱକପରେ ମହମ୍ମଦ ସାମିଙ୍କ ଖରାପ ପ୍ରଦର୍ଶନ ପରେ ସୋସିଆଲ୍ ମିଡିଆରେ ତାଙ୍କ ବିରୋଧୀ ଅନେକ ମନ୍ତବ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ବିରାଟ କୋହଲି ସାମିଙ୍କ ସମର୍ଥନରେ ସାମ୍ନାକୁ ଆସିଥିଲେ । ଏହା ପରେପରେ ବିରାଟଙ୍କ ଝିଅ ବିରୋଧରେ ଏପରି ଘୃଣ୍ୟ ଟୁଇଟ୍ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.