Latest Odisha News

BREAKING NEWS

ଚେନ୍ନାଇସ୍ଥିତ ମ୍ୟାରିନା ବିଚ୍ ରେ ହେବ କରୁଣାନିଧିଙ୍କ ଶେଷକୃତ୍ୟ ଓ ସମାଧି

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଶେଷକୃତ୍ୟ ଏବଂ ସମାଧିସ୍ଥଳ ଚେନ୍ନାଇର ପ୍ରସିଦ୍ଧ ମ୍ୟାରିନା ବିଚ୍ ରେ ହିଁ ହେବ ବୋଲି ସ୍ଥିର ହୋଇଛି । ବହୁ ବାଦ ବିବାଦର ଅନ୍ତ ଘଟି ଶେଷରେ ମାଡ୍ରାସ ହାଇକୋର୍ଟ ମ୍ୟାରିନା ବିଚ୍ ରେ ସମାଧି ଓ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।

ଗତକାଲି ସଂଧ୍ୟାରେ ତାମିଲନାଡୁ ରାଜନୀତିର ଭିଷ୍ମ ପିତାମହ ତଥା ପ୍ରଖ୍ୟାତ ସମଗ୍ର ଦକ୍ଷିଣ ଭାରତର ପ୍ରଖ୍ୟାତ ରାଜନୀତିଜ୍ଞ ଏମ. କରୁଣାନିଧିଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା ।

ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ରହି ଅନେକ ଦିନରୁ ଚିକିତ୍ସିତ ହେଉଥିଲେ । ତାଙ୍କର ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଆଜି ଦେଶରେ ଗୋଟିଏ ଦିନ ଲାଗି ଶୋକପାଳନ ହେଉଥିବା ବେଳେ ତାମିଲନାଡୁରେ ସପ୍ତାହ ବ୍ୟାପୀ ଶୋକ ପାଳନ ହେବ ।

ତେବେ କରୁଣାନିଧିଙ୍କ ପରଲୋକ ହେବା ପରେ ତାଙ୍କର ଶେଷକୃତ୍ୟ କେଉଁଠି ହେବ ତାକୁନେଇ ଅନେକ କଳ୍ପନା ଜଳ୍ପନା ହୋଇଚାଲିଥିଲା ।

ସରକାରୀ ଆଇନ ଅନୁସାରେ ମ୍ୟାରିନା ବିଚରେ ସାଧାରଣଙ୍କ ଲାଗି ଅନ୍ତ୍ୟେଷ୍ଟି କ୍ରିୟା କରିବା ନେଇ ବାରଣ ରହିଥିଲା । ତେବେ କୋର୍ଟଙ୍କ ଅନୁମତି ମାଗିଥିଲେ କରୁଣାନିଧିଙ୍କ ପରିବାରବର୍ଗ ।

 

ଆଜି ସକାଳେ ମାନ୍ୟବର ତାମିଲନାଡୁ ହାଇକୋର୍ଟ ଅନୁମତି ପ୍ରଦାନ କରିବା ପରେ ମ୍ୟାରିନା ବିଚ୍ ରେ ହିଁ ଏହି ଦିବଂଗତ ନେତାଙ୍କର ଶେଷକୃତ୍ୟ ଓ ସମାଧି ସ୍ଥାପନ ହେବ ବୋଲି ନିଷ୍ପତି ହୋଇଛି ।

Leave A Reply

Your email address will not be published.